ଦିବ୍ୟାଙ୍ଗଙ୍କ ମୃତ ଦେହ ଉଦ୍ଧାର
କାମାକ୍ଷାନଗର : କାମାକ୍ଷାନଗର ଥାନା ଜନ୍ତାରିବୋଲ ଗ୍ରାମ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ନିକଟରୁ ଜଣେ ଦିବ୍ୟାଙ୍ଗଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗ୍ରାମର ସୂର୍ଯ୍ୟକାନ୍ତ ବିଶ୍ୱାଳ ବୋଲି ଜରାପଡ଼ିଛି। ସୂର୍ଯ୍ୟକାନ୍ତ ସାଇକେଲ ଯୋଗେ କୌଣସି କାମରେ କାମାକ୍ଷାନଗର ଯାଉଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ତାଙ୍କୁ ପାଇନଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏ ନେଇ କାମାକ୍ଷାନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Powered by Froala Editor