କୋଭିଡ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଆସିଲା ଏମିତି ତଥ୍ୟ, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଦେଶର ପ୍ରଥମ ଥର ପାଇଁ ଭୋପାଳ ଏମ୍ସରେ କୋଭିଡ ମୃତଦେହ ପୋଷ୍ଟମର୍ଟମରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ଏହାକୁ ଜାଣିଲେ ଯେକୌଣସି ବ୍ୟକ୍ତିଙ୍କୁ ବିସ୍ମିତ କରିବ । ଭୋପାଳରେ ୨୧ କୋଭିଡ ଶବ ପୋଷ୍ଟମର୍ଟମ କରାଯାଇଥିଲା । କରୋନା ଭାଇରସ ଫୁସପୁସ ବ୍ୟତୀତ କିଡନୀ, ବ୍ରେନ, ହୃତପିଣ୍ଡ ଓ ହୃଦୟ ପର୍ୟ୍ୟନ୍ତ ପହଂଚି ପ୍ରଭାବ ଦେଖାଇଛି ।
ଭୋପାଳ ଏମ୍ସର ଅଧ୍ୟୟନରୁ ଜଣାଯାଇଛି ଯେ, ମୃତ୍ୟୁର ୨୦ ଘଣ୍ଟା ପର୍ୟ୍ୟନ୍ତ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଶରୀରରେ ମିଳିଛି ଏବଂ ମୃତ ବ୍ୟକ୍ତିର ଆରଟିପିସିଆର ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଭୋପାଳ ଏମ୍ସ ନିର୍ଦ୍ଦେଶକ ସରମନ ସିଂହ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଏମ୍ସ ଭୋପାଳରେ ଗତ ବର୍ଷ ଅଗଷ୍ଟରୁ ନଭେମ୍ବର ପର୍ୟ୍ୟନ୍ତ ୨୧ କରୋନା ସଂକ୍ରମିତ ରୋଗୀଙ୍କ ଶବ ପୋଷ୍ଟମର୍ଟମ କରାଯାଇଥିଲା । ଏଥିରେ ଜଣାପଡ଼ିଥିଲା ଯେ, ମୃତକଙ୍କଠାରେ ୪୫ ପ୍ରତିଶତ ବ୍ରେନରେ କୋଭିଡ-୧୯ ସଂକ୍ରମଣ ପହଂଚିଥିଲା ।
Powered by Froala Editor