RI, ICDS ସୁପରଭାଇଜର, ARI, ଅମିନ ପ୍ରିଲିମ୍ ପରୀକ୍ଷା ଫଳ: ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍

ଆରଆଇ, ଅମିନ ପରୀକ୍ଷା ଫଳ ପ୍ରକାଶ ପାଇଛି। ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଥିବା ଓଏସଏସଏସସି ସୂଚନା ଦେଇଛି । ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ରେଭେନ୍ୟୁ ଇନ୍ସପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI), ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର (SFS) ପାଇଁ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ (CRE-୨୦୨୩IV) ର ପ୍ରିଲିମିନାରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଫଳାଫଳ ୨୩ ଏପ୍ରିଲ ୨୦୨୫ରେ OSSSCର ଅଫିସିଆଲ ଓ୍ୱେବସାଇଟ www.osssc.gov.in ରେ ପ୍ରକାଶ ପାଇଛି।
ଏହି ପରୀକ୍ଷା ମାଧ୍ୟମରେ ମୋଟ ୨୮୯୫ଟି ପଦବୀ ପୂରଣ କରାଯିବ, ଯେଉଁଥିରେ ୫୫୯ଟି RI, ୮୨୭ଟି ARI, ୬୮୬ଟି ଅମିନ, ୪୯୮ଟି ICDS ସୁପରଭାଇଜର ଏବଂ ୩୨୫ଟି SFS ପଦବୀ ରହିଛି।
କେବଳ ପ୍ରିଲିମ୍ରେ କପି କରି ଧରା ପଡିଥିବା ୯ ଜଣ ମେନ୍ ଦେଇପାରିବେନି ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି। ହେଲେ କେବେ ମେନ୍ ପରୀକ୍ଷା କରାଯିବ ସେନେଇ ଓଏସଏସଏସସି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
Powered by Froala Editor