ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଲୁଟ
କଳାପଥର : ବୈଦେଶ୍ଵର ଥାନା କଳାପଥର ପଂଚାୟତ ଲେମ୍ବେରୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଲେମ୍ବେରୀ ଗାଁର ଭଗବାନ ସୁନ୍ଦରା ତାଙ୍କ ପରିବାର ସହିତ ରାତିରେ ଗାଁରେ ଚାଲିଥିବା ନାଟକ ଦେଖିବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ବୈଦେଶ୍ଵର ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।
Powered by Froala Editor