ମୁଖ୍ୟ ଚିକିତ୍ସାଳୟର ପୁରୁଣା କୋଠାରେ ଅଗ୍ନିକାଣ୍ଡ
କେନ୍ଦୁଝର ସଦର :କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା କୋଠାରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି
ବର୍ତ୍ତମାନ୍ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏଥିରେ କାହାର କୌଣସି କ୍ଷତି ହୋଇଥିବାର ସୂଚନା ମିଳିନି। ଅଗ୍ନିକାଣ୍ଡ ପରେ ପ୍ରାୟ ଅଧଘଣ୍ଟା ଧରି ଜିଲା ମୁଖ୍ୟ ଚିକିତ୍ସାଳୟ ଅନ୍ଧାର ରହିଥିଲା । ଖବର ପାଇ ଦମକଳ ବାହିନୀ ମେଡିକାଲକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରେ ଏକ ଅକ୍ସିଜେନ ସିଲିଣ୍ଡର ଗୋଦାମ ରହିଥିବା ଜଣାପଡିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor