କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ବର: ପୁରୀ ଜିଲା ଅସ୍ତରଙ୍ଗ ଅନ୍ତର୍ଗତ ରାଇକଣାସ୍ଥିତ ବାସଗୃହରୁ ଜଣେ କନଷ୍ଟେବଳଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ ସନ୍ତୋଷ ସେଠୀ। ସେ ଅସ୍ତରଙ୍ଗ ନୂଆଗଡ଼ ସାମୁଦ୍ରିକ ଥାନାରେ କାର୍ଯ୍ୟରତ ଥିଲେ। ରବିବାର ତାଙ୍କ ଘର ଭିତରୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ଏଯାଏ ଜଣାପଡ଼ି ନାହିଁ। ତେବେ ପାରିପାରିକ କଳହରୁ ସେ ଏହି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।
Powered by Froala Editor