ଆଜି ୭୭ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ଵର
ଭୁବନେଶ୍ଵର: ଆଜି ରାଜଧାନୀ ଭୁବନେଶ୍ଵର ପାଳୁଛି ୭୭ତମ ପ୍ରତିଷ୍ଠା ଦିବସ। ଏଥିଲାଗି ଲୋକସେବା ଭବନ ଓ ବିଧାନ ସୌଧ ମାର୍ଗରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜି ସକାଳୁ ଓଡିଶା ବିଧାନ ସୌଧ ସମ୍ମୁଖରେ ଥିବା ଶିଳାନ୍ୟାସ ଫଳକରେ ବାଚସ୍ପତି ସୁରମା ପାଢୀ ଏବଂ ଅନ୍ୟାନ୍ୟ ଅତିଥି ମାନେ ମାଲ୍ୟାର୍ପଣ କରିଛନ୍ତି । ସେଠାରେ ପତାକା ଉତ୍ତୋଳନ ମଧ୍ୟ କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ଵର ମହାନଗର ନିଗମ ଦ୍ଵାରା ଆୟୋଜିତ ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ ହେବା ସହ ରବିନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ଛକ ପର୍ଯ୍ୟନ୍ତ ବେସାମରିକ ପରେଡ୍ ପ୍ରଦର୍ଶିତ ହୋଇଛି। ଏଥିରେ ପୁଲିସ୍ କର୍ମଚାରୀଙ୍କ ସହ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ସେହିପରି ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ଆୟୋଜିତ ହେବାକୁ ଥିବା ସ୍ଵତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Powered by Froala Editor