କୋଇଲା ବୋଝେଇ ଟ୍ରେନରରେ ଲାଗିଲା ନିଆଁ
ଚିଲିକା: ବିଶାଖାପାଟଣାରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଛି । ନିଆଁ ଲାଗିବା ଫଳରେ ଧୂଆଁ ଦେଖାଯାଇଥିଲା । ଚିଲିକା ଷ୍ଟେସନରୁ ଖବର ପାଇ ବାଲୁଗାଁ ୪ ନଂ ପ୍ଲାଟଫର୍ମରେ ଟ୍ରେନଟି ଅଟକି ଥିଲା । ବାଲୁଗାଁ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅତ୍ୟଧିକ ଖରା ଯୋଗୁଁ କୋଇଲାକୁ କୋଇଲା ଘଷି ହେବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
Powered by Froala Editor