ନାବାଳକ ପୁଅ ଆକ୍ରମଣରେ ବାପା ଗୁରୁତର
ବାଲେଶ୍ୱର : ବାପାକୁ ହାଣିଲା ନାବାଳକ ପୁଅ। ପୁଅ ଆକ୍ରମଣରେ ବାପା କେଶବ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଶନିବାର ସଦର ଥାନା ଅନ୍ତର୍ଗତ ବେଲବାରିଆ ଗାଁରେ ଘଟିଛି। ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଳହରୁ ହାଣିଥିବା ସନ୍ଦେହ କରାଯାଉଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor