ଜାହାଜ କଣ୍ଟେନରରେ ବିସ୍ଫୋରଣ: ଥରିଲା ଲୋକଙ୍କ କବାଟ ଓ ଝରକା
ଦୁବାଇର ଜେବେଲ ଅଲି ବନ୍ଦରରେ ଏକ ବଡଧରଣର ବିସ୍ଫୋରଣ ହୋଇଛି । ସୂଚନା ମୁତାବକ ଜେବେଲ ଅଲି ବନ୍ଦରରେ ରଖାଯାଇଥିବା ଏକ ଜାହାଜରେ ଥିବା କଣ୍ଟେନରରେ ଏହି ବିସ୍ଫୋରଣ ହୋଇଥିଲା । ଦୁବାଇ ସିଭିଲ୍ ଡିଫେନ୍ସ ଟିମ୍ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ଗତକାଲି ରାତିରେ କଣ୍ଟେନରରେ ବିସ୍ଫୋରଣର ଶବ୍ଦ ଦୁବାଇର ମାରିନା ଅଞ୍ଚଳରେ ରହୁଥିବା ପ୍ରାୟ ସମସ୍ତ ଲୋକ ଶୁଣିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିସ୍ଫୋରଣର ଶବ୍ଦ ଯୋଗୁଁ ସେମାନଙ୍କ ଘରର ଝରକା ଓ କବାଟ ଥରିବାକୁ ଲାଗିଥିଲା । କଣ୍ଟେନରରେ ବିସ୍ଫୋରଣ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ବୋଲି ପୁଲିସ ଅଧିକାରୀ କହିଛନ୍ତି। ବିସ୍ଫୋରଣ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଜାରି ରହିଛି।
ଏହାର ଯାଞ୍ଚ କରାଯାଉ ଥିବାବେଳେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି | ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ପଛରେ କୌଣସି ଆତଙ୍କବାଦୀ ଗୋଷ୍ଠୀର ହାତ ଅଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି।
Powered by Froala Editor