ମାର୍କେଟକୁ ଆସିବ ଓମ୍ଫେଡ୍ ଚକୋଲେଟ୍
ଓଡ଼ିଶା ଷ୍ଟେଟ୍ କର୍ପୋରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍ (ଓମଫେଡ୍) ଚକୋଲେଟ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି । ଓମଫେଡ ମ୍ୟାନେଜିଙ୍ଗ ଡିରେକ୍ଟର ବିଜୟ ଅମୃତ କୁଲାଙ୍ଗେ ଏ ନେଇ ସୂଚନା ଦେଇଛନ୍ତି ।
ଶ୍ରୀ କୁଲାଙ୍ଗେ କହିଛନ୍ତି, ଓମ୍ଫେଡ୍ର ଚକଲେଟ୍ ଡିଜାଇନ୍ ନ୍ୟାସନାଲ୍ ଡାଏରି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ କରାଯାଇଛି। ଏ ନେଇ ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପୁଞ୍ଜି ନିବେଶ ପାଇଁ ଖୁବଶୀଘ୍ର ଏହାକୁ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ । ପ୍ରଡକ୍ଟରେ ବିବିଧତା ଆଣିବା ଓ ଡାଏରି ପ୍ରଡକ୍ଟରେ ମୂଲ୍ୟସଂଯୁକ୍ତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ସେ କହିଛନ୍ତି ।
ଓମଫେଡ୍ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଛି । ଆସନ୍ତା ୪ ମାସ ଭିତରେ ଓଡ଼ିଶା ବଜାରେ ପାଣି ବିକ୍ରି ଆରମ୍ଭ କରିଦେବ ଓମଫେଡ୍ । ଏହାଛଡ଼ା ବର୍ଷକ ଭିତରେ ଓମଫେଡ୍ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରିଛି । ଏହାଛଡ଼ା ଘିଅ ଉତ୍ପାଦନ ବୃଦ୍ଧି କରିବା ନେଇ ଆଗାମୀ ଦିନରେ ଓମଫେଡ୍ ଯୋଜନା ରଖିଛି ।
Powered by Froala Editor