ଇନ୍ଭେଷ୍ଟର୍ସ ମିଟ୍ ରେ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ତାଜ୍ ପ୍ୟାଲେସ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ୧୫ଟି ନିବେଶ ପ୍ରସ୍ତାବ ଆସିଛି।
ଆଇଓସିଏଲ୍ ସହ ଡୁଆଲ-ଫିଡ୍ ନାପଥା କ୍ରାକର ପୋଜେକ୍ଟ ପାଇଁ ଏମଓୟୁ ହୋଇଛି । ଏହି ଏମଓୟୁ ପାଇଁ ରାଜ୍ୟକୁ ୫୮ ହଜାର କୋଟିର ପୁଞ୍ଜି ସହ ୨୪ ହଜାର ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି । ଇସ୍ରୋ,ପେଟ୍ରୋନେଟ୍ ଏଲଏନଜି ସହ ମଧ୍ୟ ବୁଝାମଣା ସ୍ୱାକ୍ଷର କରାଯାଇଛି । ଓଡ଼ିଶାକୁ ମୋଟ ୧ ଲକ୍ଷ ୩ ହଜାର ୯୦ କୋଟିର ପୁଞ୍ଜି ନିବେଶ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ସେହିପରି ୯୫,୯୧୫ଟି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଆଇ.ଓ.ସି.ଏଲ୍ ସହିତ ଚୁକ୍ତିନାମା ଓଡିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଆଉ ଦୁଇଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଗୋଟିଏ ଚୁକ୍ତିନାମା ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିଅମ୍ ରିଜର୍ଭ୍ସ ଲିମିଟେଡ୍ ସହିତ ହୋଇଥିବା ବେଳେ ଅନ୍ୟ ଚୁକ୍ତିନାମାଟି ପେଟ୍ରୋନେଟ୍ ଏଲ୍.ଏନ୍.ଜି ସହିତ କରାଯାଇଛି।
Powered by Froala Editor