ଦୁଇ ଦିନ ପରେ ହେବ ବିରଭଦ୍ର ସିଂଙ୍କ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ: ପୂର୍ବତନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ଅନ୍ତିମ ସଂସ୍କାର ଜୁଲାଇ ୧୦ ରେ ରାମପୁରରେ ଅନୁଷ୍ଠିତ ହେବ। ଗୁରୁବାର ଦିନ ମୃତଦେହକୁ ଦିନସାରା ହୋଲିଲଜରେ ରଖାଯିବ। ଶୁକ୍ରବାର ଦ ପାର୍ଥିବ ଶରୀରକୁ ସକାଳ ୯ ଟାରୁ ୧୧:୩୦ ପର୍ୟ୍ୟନ୍ତ ଦର୍ଶନ ପାଇଁ ରିଜ୍ ମୈଦାନରେ ରଖାଯିବ ।
ଏହା ପରେ ପାର୍ଥିବ ଶରୀରକୁ ରାଜୀବ ଭବନ କଂଗ୍ରେସରେ ରଖାଯିବ। ଅପରାହ୍ନ ଗୋଟାଏ ବେଳେ ପରିବାର ଲୋକ ପାର୍ଥିବ ଶରୀର ସହିତ ରାମପୁର ଯିବେ। ସେଠାରେ ସନ୍ଧ୍ୟା ୬ ଟାରେ ବିରଭଦ୍ରା ସିଂ ଙ୍କ ପାର୍ଥିବ ଶରୀର ରାମପୁରରେ ପହଞ୍ଚିବ ।
ଶନିବାର ଦିନ ମୃତଦେହକୁ ରାମପୁରର ପଦ୍ମ ପ୍ୟାଲେସରେ ସକାଳ ଆଠଟାରୁ ଅପରାହ୍ନ ଦୁଇଟା ପର୍ୟ୍ୟନ୍ତ ରଖାଯିବ ଶେଷ ଦର୍ଶନ ପାଇଁ। ଅପରାହ୍ନ ୩ ଟାରେ ରାମପୁରରେ ଅନ୍ତିମ ସଂସ୍କାର କରାଯିବ।
ହିମାଚଳ ପ୍ରଦେଶର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରଭଦ୍ରା ସିଂଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ବିରଭଦ୍ରଙ୍କ ସକାଳ ୩.୪୦ ରେ ମୃତ୍ୟୁ ହୋଇଥିଲା।
Powered by Froala Editor