ଝିଅକୁ ଧାରୁଆ ଅସ୍ତ୍ରରେ ପିଟି ଗଛରେ ଝୁଲିପଡ଼ିଲା ବାପା
ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ତୋଟାପଡ଼ା ଜେନାସାହିରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ମାଡ଼ ମାରି ଜୀବନ ହାରିଛନ୍ତି ବାପା । କ’ଣ ପାଇଁ ବାପା ଏପରି କାଣ୍ଡ ଭିଆଇଲା ସ୍ପଷ୍ଟ ହୋଇପାରିନି। ମୃତ ଦେହକୁ ଜବତ କରି ପୁଲିସ ପକ୍ଷରୁ ଘଟଣାର ଛାନଭିନ ଚାଲିଛି ।
ସୂଚନା ଅନୁସାରେ ସୁରେନ୍ଦ୍ର ଜେନା ଝିଅ ଗୀତାଞ୍ଜଳି ଜେନାଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବାପା ଉତ୍ତକ୍ତ୍ୟ ହୋଇ ନିଜ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଝିଅ ସଂଜ୍ଞାହୀନ ହୋଇ ଚଟାଣରେ ପଡ଼ି ରହିଥିଲା। ଝିଅର ଅବସ୍ଥା ଦେଖି ସୁରେନ୍ଦ୍ର ଘର ପାଖରେ ଥିବା ଏକ ଗଛରେ ରଶି ଲଗାଇ ଜୀବନ ହାରିଥିଲା।
ଗ୍ରାମବାସୀ ଖବର ପାଇ ପହଂଚି ଦେଖିବା ବେଳକୁ ଗୀତାଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ରହିଛି। ଗ୍ରାମବାସୀ ପ୍ରଥମେ ୧୦୮କୁ ଫୋନ୍ କରି ଡ଼ାକିବା ସହିତ ଝିଅକୁ ମେଡିକାଲ ନେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
Powered by Froala Editor