ମୋଦିଙ୍କ ୪୩ ଜଣିଆ ନୂଆ ଟିମ୍ : ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୩ ଜଣିଆ ନୂଆ ଟିମ୍ ଗଠନ କରିଛନ୍ତି। ମୋଦୀଙ୍କ ଟିମରେ ସାମିଲ ହୋଇଛନ୍ତି ଓଡ଼ିଶାର ଦୁଇ ସାଂସଦ ଅଶ୍ଵିନୀ ବୈଷ୍ଣବ ଓ ବିଶ୍ଵେଶ୍ଵର ଟୁଡୁ। ଅଶ୍ୱୀନ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଥିବା ପରମାଣୁ ଶକ୍ତି, ମହାକାଶ ବିଭାଗ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଲିସି ଏବଂ ଅନ୍ୟ ସମସ୍ତ ପୋର୍ଟଫୋଲିଓ ଯାହା ବଣ୍ଟାଯାଇ ନାହିଁ।
ନୂଆ କ୍ୟାବିନେଟ୍ରେ ନାରୀ ଶକ୍ତି ଏବଂ ଯୁବ ଶକ୍ତି ସମେତ ବିଭିନ୍ନ ବର୍ଗଙ୍କୁ ପ୍ରାଧାନ୍ୟ ମିଳିଛି । ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ସମ୍ପ୍ରଦାୟର ଅଧିକ ପ୍ରତିନିଧିତ୍ବ ରହିଛି। ଏଥିସହ ପ୍ରଶାସନିକ ଏବଂ ବ୍ୟବସ୍ଥାପିକା କ୍ଷେତ୍ରରେ ଅଭିଜ୍ଞତା ଥିବା ବ୍ୟକ୍ତିତ୍ବ ବି ସାମିଲ ହୋଇଛନ୍ତି । ସେହିପରି ଆସନ୍ତାବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂ୍ଆ କ୍ୟାବିନେଟ୍ରେ ଉତ୍ତରପ୍ରଦେଶରୁ ୭ ଜଣ ସ୍ଥାନ ପାଇଛନ୍ତି।
ନୂଆ କ୍ୟାବିନେଟ୍ରେ ଓବିସି ସମ୍ପ୍ରଦାୟରୁ ରେକର୍ଡ ୨୭ ଜଣ ମନ୍ତ୍ରୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟମାନଙ୍କରୁ ଏସ୍ସି ସମ୍ପ୍ରଦାୟର ୧୨ ମନ୍ତ୍ରୀ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ଆସାମ, ମଧ୍ୟପ୍ରଦେଶ ଆଦି ରାଜ୍ୟମାନଙ୍କରୁ ଏସ୍ଟି ସମ୍ପ୍ରଦାୟର ୮ ଜଣ ମନ୍ତ୍ରୀ ରହିଛନ୍ତି। ୨ ଜଣ ଏସ୍ସି ଏବଂ ଏସ୍ଟି ମନ୍ତ୍ରୀଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ସେହିପରି ନୂଆ କ୍ୟାବିନେଟ୍ରେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ୩ ଜଣ ମନ୍ତ୍ରୀ ରହିଛନ୍ତି ।
ନୂଆ ମହିଳା ମନ୍ତ୍ରୀଙ୍କୁ ମିଶାଇ ମୋଦୀଙ୍କ ନୂଆ କ୍ୟାବିନେଟ୍ରେ ଏବେ ମୋଟ୍ ୧୧ ଜଣ ମହିଳା ଅଛନ୍ତି । କ୍ୟାବିନେଟ୍ରେ ୧୩ ଜଣ ଆଇନଜୀବୀ, ୬ ଜଣ ଡାକ୍ତର, ୫ ଜଣ ଇଂଜିନିୟର, ୭ ଜଣ ପ୍ରଶାସନିକ ସେବା ଅଧିକାରୀ, ୭ ପିଏଚ୍ଡି ଏବଂ ୩ ଜଣ ଏମ୍ବିଏ ଡିଗ୍ରିଧାରୀ ସାମିଲ ହୋଇଛନ୍ତି । ୪ ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ତ୍ରିପୁରାରୁ ୫ ଜଣ ମନ୍ତ୍ରୀ ହୋଇଛନ୍ତି ।
କ୍ୟାବିନେଟ୍ରେ କାହାକୁ କେଉଁ ଦାୟିତ୍ୱ?
ରାଜନାଥ ସିଂ - ପ୍ରତିରକ୍ଷା
ଅମିତ ଶାହା - ଗୃହ ଏବଂ ସହଯୋଗ
ନୀତିନ ଜୟରାମ ଗଡ଼କରୀ - ସଡ଼କ ପରିବହନ, ଜାତୀୟ ରାଜପଥ
ନିର୍ମଳା ସୀତାରମଣ - ଅର୍ଥ, କର୍ପୋରେଟ ବ୍ୟାପାର
ଧର୍ମେନ୍ଦ୍ର ପ୍ରଧାନ - ଶିକ୍ଷା ଓ ଦକ୍ଷତା ବିକାଶ
ନରେନ୍ଦ୍ର ସିଂ ତୋମାର - କୃଷି ଓ କୃଷକ କଲ୍ୟାଣ
ସୁବ୍ରମଣ୍ୟମ ଜୟଶଙ୍କର - ବିଦେଶ ବ୍ୟାପାର
ଅର୍ଜୁନ ପଣ୍ଡା - ଆଦିବାସୀ ବ୍ୟାପାର
ସ୍ମୃତି ଇରାନୀ - ମହିଳା ଓ ଶିଶୁ ବିକାଶ
ପୀୟୂଷ ଗୋଏଲ - ବାଣିଜ୍ୟ ଏବଂ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ବୟନ
ପ୍ରହ୍ଲାଦ ଯୋଶୀ - ସଂସଦୀୟ ବ୍ୟାପାର,କୋଇଲା ଏବଂ ଖଣି
ନାରାୟଣ ରାଣେ - ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ
ସର୍ବାନନ୍ଦ ସୋନୋଓ୍ବାଲ - ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ, ଆୟୁଷ
ମୁଖତାର ଅବ୍ବାସ ନକଭି - ସଂଖ୍ୟାଲଘୁ ବ୍ୟାପାର
ବୀରେନ୍ଦ୍ର କୁମାର - ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
ଗିରିରାଜ ସିଂହ - ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ
ଜ୍ୟୋତିରାଦିତ୍ୟ ସିନ୍ଧିଆ - ବେସାମରିକ ବିମାନ ଚଳାଚଳ
ରାମଚନ୍ଦ୍ର ପ୍ରସାଦ ସିଂ - ଇସ୍ପାତ
ଅଶ୍ଵିନୀ ବୈଷ୍ଣବ - ରେଳ, ଯୋଗଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲୋକଟ୍ରୋନିକ୍ସ
ପଶୁପତି କୁମାର ପାରସ - ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
ଗଜେନ୍ଦ୍ର ସିଂ ଶେଖାଓ୍ବତ୍ - ଜଳଶକ୍ତି
କିରେନ ରିଜିଜୁ - ଆଇନ ଓ ନ୍ୟାୟ
ରାଜ କୁମାର ସିଂ - ଶକ୍ତି ଏବଂ ଅକ୍ଷୟ ଶକ୍ତି
ହରଦୀପ ସିଂ ପୁରୀ - ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର
ମନସୁଖ ମାଣ୍ଡଭିୟା - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ
ଭୂପେନ୍ଦ୍ର ଯାଦବ - ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି
ମହେନ୍ଦ୍ର ନାଥ ପାଣ୍ଡେ - ଭାରୀ ଶିଳ୍ପ
ପୁରୁାଷୋତ୍ତମ ରୂପାଲା ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ
ଜି କିଶନ ରେଡ୍ଡୀ - ସଂସ୍କୃତି, ପର୍ଯ୍ୟଟନ, ଉତ୍ତର-ପୂର୍ବାଞ୍ଚଳ ବିକାଶ
ଅନୁରାଗ ସିଂ ଠାକୁର - ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର
ରାଷ୍ଟ୍ରମନ୍ତ୍ରୀ ଭାବେ କାହାକୁ ମିଳିଛି କେଉଁ ଦାୟିତ୍ୱ :
ଶ୍ରୀପଦ ୟେସୋ ନାଏକ- ପରିବହନ, ଜାହାଜ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରାଳୟ
ଫୋଗନ ସିଂହ କୁଲାଷ୍ଟେ- ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ମନ୍ତ୍ରଣାଳୟ
ପ୍ରହ୍ଲାଦ ସିଂ ପଟେଲ- ଜଳ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ
ଅଶ୍ୱିନୀ କୁମାର ଚୌବେ- ଖାଉଟି ଉପଭୋକ୍ତା, ସାଧାରଣ ବଣ୍ଟନ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ
ଅର୍ଜୁନ ରାମ ମେଘୱାଲ- ସଂସଦୀୟ ବ୍ୟାପାର
ଭି.କେ ସିଂହ- ସଡକ ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
କୃଷ୍ଣ ପାଲ-ଶକ୍ତି, ଭାରୀ ଉଦ୍ୟୋଗ ମନ୍ତ୍ରାଳୟ
ଦାନଭେ ରୋସାହେବ ଦାଦାରାଓ- ରେଳ ଓ କୋଇଲା
ରାମଦାସ ଅଠାଓ୍ୱାଲେ- ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ
ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ କାହାକୁ ମିଳିଛି କେଉଁ ଦାୟିତ୍ୱ :
ଡକ୍ଟର ଜିତେନ୍ଦ୍ର ସିଂ- ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଭୂ ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ ଅଫିସ, ଜନସାଧାରଣଙ୍କ ଅଭିଯୋଗ ଏବଂ ପେନସନ, ପରମାଣୁ ଶକ୍ତି, ମହାକାଶ ମନ୍ତ୍ରାଳୟ
ଇନ୍ଦରଜିତ ସିଂ- ରାଜ୍ୟ ମନ୍ତ୍ରୀ ପରିସଂଖ୍ୟାନ, ଯୋଜନା, କର୍ପୋରେଟ, ବ୍ୟାପାର ମନ୍ତ୍ରଣାଳୟ
Powered by Froala Editor