ବାପାଙ୍କ ସାଙ୍ଗିଆ ବବର କାଟି ପାଟିଲ କରିଦେଲେ ପ୍ରତୀକ

ରାଜ ବବର ଏବଂ ସ୍ମିତା ପାଟିଲଙ୍କ ପୁଅର ନାମ ପ୍ରତୀକ ବବର। ପ୍ରତୀକ ଏବେ ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ସେ କିଛି ଦିନ ପୂର୍ବରୁ ପ୍ରିୟା ବାନାର୍ଜୀଙ୍କୁ ବିବାହ କରିଥିଲେ। ରାଜ ବବର ଏହି ବିବାହରେ ଯୋଗ ଦେଇ ନଥିଲେ। ସେବେଠାରୁ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏବେ ପ୍ରତୀକ୍ ନିଜ ନାମରୁ ବବ୍ବର ହଟାଇ ଦେବା ପରେ ଏହା ସ୍ପଷ୍ଟ ହୋଇଛି। ଆଉ ଏହାପରେ ପ୍ରତୀକ ତାଙ୍କ ସାଙ୍ଗିଆକୁ ପ୍ରତୀକ ସ୍ମିତା ପାଟିଲ କରିଛନ୍ତି। ସ୍ମିତା ପାଟିଲଙ୍କ ସମ୍ମାନାର୍ଥେ ତାଙ୍କ ଉପନାମକୁ 'ପ୍ରତୀକ ସ୍ମିତା ପାଟିଲ'ରେ ପରିବର୍ତ୍ତନ କରିଛନ୍ତି।
ପ୍ରତୀକ୍ ପ୍ରକାଶ କରିଛନ୍ତି ଯେ, ମୁଁ ମୋ ନାମକୁ 'ପ୍ରତୀକ ବବ୍ବର'ରୁ 'ପ୍ରତୀକ ସ୍ମିତା ପାଟିଲ'କୁ ପରିବର୍ତ୍ତନ କରିଛି। ମୁଁ ମୋ ମାଆ (ସ୍ମିତା ପାଟିଲ), ତାଙ୍କ ନାମ ଏବଂ ତାଙ୍କ ଐତିହ୍ୟ ସହିତ ସମ୍ପୂର୍ଣ୍ଣ ଭାବରେ ଯୋଡି ହୋଇ ରହିବାକୁ ଚାହେଁ। ମୁଁ ମୋ ବାପାଙ୍କ ପରି ନୁହେଁ, ମୋ ମାଆଙ୍କ ପରି ହେବାକୁ ଚେଷ୍ଟା କରୁଛି।" ମୁଁ ପରିଣାମ ବିଷୟରେ ଚିନ୍ତା କରୁ ନାହିଁ। ମୁଁ କେବଳ ସେହି ନାମ ଶୁଣିଲେ କିପରି ଅନୁଭବ କରେ ତାହା ବିଷୟରେ ଚିନ୍ତା କରୁଛି।
ପ୍ରତୀକଙ୍କ ଉପନାମ ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ଦେଇ ସାବତ ଭାଇ ଆର୍ଯ୍ୟ ବବ୍ବର କହିଛନ୍ତି ଯେ, "ସ୍ମିତା ପାଟିଲ୍ ମୋର ମଧ୍ୟ ମାଆ ଏବଂ ଏହା ପ୍ରତୀକଙ୍କ ଉପରେ ନିର୍ଭର କରେ ଯେ ସେ କେଉଁ ଉପନାମ ରଖିବାକୁ ଚାହାଁନ୍ତି।
Powered by Froala Editor