ସଂସଦରେ ପଚା ମାଛ
ସଂସଦ ଭିତରକୁ ଜଣେ ସାଂସଦ ପଚା ମାଛ ନେଇ ଯାଇଥିଲେ। ଆଉ ପଚା ମାଛ ଦେଖାଇ ସଂସଦରେ ନିଜ କଥା ରଖିଥିଲେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଷ୍ଟ୍ରେଲିଆ ସଂସଦରେ ଏଭଳି ଘଟିଛି।
ବୁଧବାର, ମାର୍ଚ୍ଚ ୨୬ ତାରିଖରେ ଜଣେ ଅଷ୍ଟ୍ରେଲିୟ ସାଂସଦ ୪-୫ କିଲୋଗ୍ରାମର ଏକ ବଡ଼ ମାଛ ଧରି ସଂସଦରେ ପହଞ୍ଚିଥିଲେ। ଦେଶର ସିନେଟରେ ଏକ ପଚା ସାଲମନ ମାଛକୁ ସଂସଦକୁ ଆଣିଥିଲେ। ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ନେଇ ଅଭିଯୋଗ କରିଥିଲେ।
ସେ ଦାବି କରିଥିଲେ ଯେ, ସରକାର ଏଭଳି କରିବା ପାଇଁ ସମସ୍ତ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି। ଅଷ୍ଟ୍ରେଲିଆର ପରିବେଶ କର୍ମୀମାନେ ତାସମାନିଆ ଦ୍ୱୀପ ରାଜ୍ୟରେ ଥିବା ସାଲମନ ମାଛ ଫାର୍ମ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଫାର୍ମଗୁଡ଼ିକ ଅଳିଆ ଏବଂ ମାଛଚାଷର ଅଳିଆ ପକାଇ ଜଳପଥକୁ ଅବରୋଧ କରୁଥିବା ଅଭିଯୋଗ ହୋଇଛି।
Powered by Froala Editor