ବଢିବ ନାହିଁ ବିଦ୍ୟୁତ ଦର
ବିଦ୍ୟୁତ ଦର ନେଇ ପ୍ରେସମିଟ କରିଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) । ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ । ଏହି ପ୍ରେସମିଟରେ କୁହାଯାଇଛି ଯେ, ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ମିଳିବ ୪ ପ୍ରତିଶତ ରିହାତି ମିଳିବ । ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।
ଘୋଷଣା ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏବେ ମାସିକ ମିଟର ଭଡା ଦେବାରୁ ମୁକ୍ତ ହେବେ। ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ। ଯାହା ସେମାନଙ୍କର ସାମଗ୍ରିକ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି।
ଏହା ସହିତ, ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ, ଡିଜିଟାଲ ପେମେଣ୍ଟ ପଦ୍ଧତି ମାଧ୍ୟମରେ ପୈଠ କରାଯାଇଥିବା ବିଦ୍ୟୁତ ବିଲ୍ ଉପରେ ୪% ରିହାତି ଜାରି ରହିବ।
Powered by Froala Editor