ଅଲଗା ହେଲେ ୟୁଜଭେନ୍ଦ୍ର-ଧନଶ୍ରୀ, ୪.୫୦ କୋଟି ଟଙ୍କା ଭରଣପୋଷଣ ପାଇବେ ଧନଶ୍ରୀ

କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ୨୨ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଥିବାରୁ ଗୁରୁବାର ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଛନ୍ତି।
ଗୁରୁବାର, ମୁମ୍ବାଇର ବାନ୍ଦ୍ରା ପରିବାର କୋର୍ଟରେ ଉଭୟ ଆନୁଷ୍ଠାନିକ ଭାବରେ ଛାଡ଼ପତ୍ର ହୋଇଥିଲା ବେଳେ ଓକିଲ ଏହା ନିଶ୍ଚିତ କରିଥିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଓକିଲ କହିଥିଲେ, “ଛାଡ଼ପତ୍ର ହୋଇସାରିଛି। ବିବାହ ଭାଙ୍ଗିଯାଇଛି।”
ଖବର ଆସିଥିଲା ଯେ ଧନଶ୍ରୀ ୪.୫୦ କୋଟି ଟଙ୍କା ଭରଣପୋଷଣ ପାଇବେ। ଯେତେବେଳେ କୋର୍ଟ ବାହାରେ ଗଣମାଧ୍ୟମ ଓକିଲଙ୍କୁ ଭରଣପୋଷଣ ପରିମାଣ ବିଷୟରେ ପ୍ରଶ୍ନ କରିଥିଲେ, ସେ ଆଉ କୌଣସି ସୂଚନା ଦେଇ ନ ଥିଲେ।”
ଏହି ସବୁ ଖବର ମଧ୍ୟରେ, ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବଶଙ୍କ ସହ ଯୋଡାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା, ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।
Powered by Froala Editor