ଦୁଇ ପୁଅଙ୍କୁ ବାଲ୍ଟିରେ ବୁଡ଼ାଇ ନିଜେ ଝୁଲିଗଲା ବାପା

ଦୁଇ ପୁଅଙ୍କ ବୟସ ମାତ୍ର ୭ ବର୍ଷ ଓ ୬ ବର୍ଷ । ସେମାନେ ଆଗକୁ ଭଲ ପାଠ ପଢିବେ କେମିତି? କେମିତି ପ୍ରତିଯୋଗିତା ମୂଳକ ଦୁନିଆରେ ତିଷ୍ଠି ପାରିବେ? ଏଭଳି ବିଭିନ୍ନ କଥା ଚିନ୍ତା କରି ଜଣେ ବାପା ଅତି ନିଷ୍ଠୁର ନିଷ୍ପତ୍ତି ନେଇଛି । ଦୁଇ ପିଲାଙ୍କ ଗୋଡ ବାନ୍ଧି ପାଣିରେ ବୁଡାଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛି ।
ଆତ୍ମହତ୍ୟା କରିଥିବା ବାପା ଜଣକ ହେଲେ ୩୧ ବର୍ଷୀୟ ବନପଲ୍ଲୀ ଚନ୍ଦ୍ର କିଶୋର । ସେ କାକିନାଡାର ONGC ଅଫିସରେ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । ପୋଲିସ ମତରେ, ତାଙ୍କ ପରିବାରରେ ସେଭଳି ଆର୍ଥିକ ଅବସ୍ଥା ଖରାପ ନଥିଲା ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ବନପଲ୍ଲୀଙ୍କ ଦୁଇ ପୁଅ ନିକଟସ୍ଥ ଏକ ଘରୋଇ ସ୍କୁଲରେ ପାଠପଢ଼ୁଥିଲେ। ପିଲାମାନେ ସ୍କୁଲରେ ଭଲ କରୁନଥିବାରୁ, ନୂତନ ଶିକ୍ଷାବର୍ଷରୁ ସେମାନଙ୍କୁ ଏକ ଭଲ ସ୍କୁଲକୁ ସ୍ଥାନାନ୍ତର କରିବାକୁ ସେ ନିଷ୍ପତ୍ତି ନେଇଥିଲେ ।
ଶୁକ୍ରବାର ହୋଲି ଛୁଟି ଥିବାରୁ, କିଶୋର ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ହୋଲି ସେଲିବ୍ରେସନ କରିବାକୁ ଅଫିସକୁ ଯାଇଥିଲେ। ସେଠାରେ ପହଞ୍ଚିବାର କିଛି ମିନିଟ୍ ପରେ, ସେ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ସେ ପିଲାମାନଙ୍କୁ ନୂତନ ସ୍କୁଲ ୟୁନିଫର୍ମ ସିଲାଇ କରିବା ପାଇଁ ଜଣେ ଦର୍ଜୀଙ୍କ ପାଖକୁ ନେଇଯିବେ। ସେ ତାଙ୍କୁ ଅଫିସରେ ଛାଡି ପିଲାମାନଙ୍କ ସହିତ ବାହାରକୁ ଚାଲିଗଲେ।
ଯେତେବେଳେ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ଫେରିଲେ ନାହିଁ, ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ବାରମ୍ବାର ଫୋନ୍ କରିଥିଲେ। ପତ୍ନୀ ଯେତେବେଳେ ଘରକୁ ଯାଇ ଦେଖିଲେ ଯେ କବାଟ ଭିତରୁ ବନ୍ଦ ଅଛି। ସେ କିଛି ସ୍ଥାନୀୟ ଲୋକଙ୍କୁ ଡାକି ମୁଖ୍ୟ ଦ୍ୱାର ଭାଙ୍ଗି ଦେଇଥିଲେ। ଆଉ ଘର ଭିତରେ କିଶୋରଙ୍କୁ ଗୋଟିଏ କୋଠରୀରେ ସିଲିଂ ଫ୍ୟାନ୍ରେ ଝୁଲୁଥିବା ଅବସ୍ଥାରେ ପାଇଥିଲେ, ଏବଂ ଦୁଇ ପୁଅଙ୍କୁ ବାଥରୁମରେ ମୃତ ଅବସ୍ଥାରେ ପାଇଥିଲେ। ସେମାନଙ୍କ ହାତ ଏବଂ ଗୋଡ଼ ବନ୍ଧା ହୋଇଥିଲା ଏବଂ ସେମାନେ ଏକ ପାଣି ଭର୍ତ୍ତି ବାଲଟିରେ ବୁଡିକି ଥିଲେ ।
Powered by Froala Editor