ଶୋଇଥିବାବେଳେ ପୁଅକୁ ନିଆଁ ଲଗାଇଦେଲେ ବାପା, ସାବତ ମା’

ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳ ବହାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ପୁଅ (ଦଶରଥ ଭୂମିଜ) ଶୋଇଥିବା ବେଳେ ରାତିରେ ବାପା ସମରା ଭୂମିଜ ଓ ସାବତ ମାଆ ରମାଦେଇ ଭୁମିଜ ମିଶି ବାହାର ପଟୁ କବାଟ ଲଗାଇ ଘରେ ନିଆଁ ଲଗେଇ ଦେଇଥିଲେ। ଘରଟି ଜଳିବାରୁ ପୁଅ ଦଶରଥ ଭୁମିଜର ନିଦ ଭାଙ୍ଗି ଯାଇଥିଲା। ପୁଅ ଚିତ୍କାର କରିବା ପରେ ମଧ୍ୟ କବାଟ ଖୋଲିନଥିଲେ । ତେବେ ତାଙ୍କର ଚିତ୍କାର ଶୁଣି ପାଖ ପୋଡଶୀ ଆସି କବାଟ ଭାଙ୍ଗିଥିଲେ । ସେତେବେଳକୁ ସେ 30 ପ୍ରତିଶତ ଜଳିଯାଇଥିଲେ ।
ତେବେ ଏହି ଘଟଣା ପରେ ବାପା ଓ ସାବତ ମାଆକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ଗ୍ରାମବାସୀ । ତେବେ କ୍ରୋଧିତ ଗ୍ରାମବାସୀଙ୍କ ମାଡ଼ରେ ଉଭୟ ବାପା ମାଆ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
କେଉଁ କାରଣ ପାଇଁ ଏଭଳି କାଣ୍ଡ କରିବା ପାଇଁ ବାପା ମାଆ ଅଣ୍ଟା ଭିଡିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି । ଲହୁଣୀପଡ଼ା ପୋଲିସ ଉଭୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor