ଅପରାଜେୟ : ଚାମ୍ପିୟନ ଭାରତ

ଅପରାଜେୟ ଭାରତ । ୪ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଭାରତ । ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି।
ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରି ନେଇଥିଲା।
ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ୪୮ ରନ୍ କରିଥିବାବେଳେ ଅକ୍ଷର ପଟେଲ ୨୯ ରନ୍ କରିଥିଲେ। ସେହିପରି କେଏଲ ରାହୁଲ ୩୪ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିଲେ।
ଏହା ପୂର୍ବରୁ ଭାରତ ୨୦୦୨ ଓ ୨୦୧୩ରେ ଚାମ୍ପିୟନ ହୋଇଥିଲା। ଏଥର ଚାମ୍ପିୟନ ହୋଇ ତୃତୀୟ ଥର ଟାଇଟଲ ହାସଲ କରିବା ସହ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ହେବାର ରେକର୍ଡ କରିଛି। ଅନ୍ୟପକ୍ଷରେ ୨୦୦୦ରେ ଚାମ୍ପିୟନ ନ୍ୟୁଜିଲାଣ୍ଡ ୨୦୦୯ ଭଳି ଏଥର ମଧ୍ୟ ରନରଅପ୍ରେ ସନ୍ତୁଷ୍ଟ ହୋଇଛି।
Powered by Froala Editor