କରୋନା ନେଲା ଆଉ ୫୯ ଜୀବନ
ଭୁବନେଶ୍ୱର : କରୋନାରେ ଆଉ ୫୯ ଜଣ ମୃତୁ୍ୟବରଣ କରିଛନ୍ତି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୩୫୮ରେ ପହଁଚିଛି । ଏଯାବତ ରାଜ୍ୟରେ ୯ ଲକ୍ଷ ୨୯ ହଜରାର ୭୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୯୭ ହଜାର ୩୬୨ ଜଣ ସୁସ୍ଥ ହୋଇଛନ୍ତି । ଯେତେବେଳେକି ୨୮୦୧୬ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବରଗଡ଼ରେ ୫, କଟକରେ ୨, ଢେଙ୍କାନାଳରେ ୫, ଗଞ୍ଜାମରେ ୪, ଜଗତସିଂହପୁରରେ ୧, ଯାଜପୁରରେ ୨, କଳାହାଣ୍ଡିରେ ୩, ଖୋର୍ଦ୍ଧାରେ ୧୦, କୋରାପୁଟରେ ୧, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୩, ନୟାଗଡ଼ରେ ୪, ପୁରୀରେ ୫, ରାୟଗଡାରେ ୪ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୯୯, ବାଲେଶ୍ୱରରେ ୧୬୪, ବରଗଡ଼ରେ ୧୩, ଭଦ୍ରକରେ ୯୫, ବଲାଙ୍ଗୀରରେ ୫, ବୌଦ୍ଧରେ ୨୧, କଟକରେ ୩୯୭, ଦେବଗଡ଼ରେ ୫, ଢେଙ୍କାନାଳରେ ୯୩, ଗଜପତିରେ ୯, ଗଞ୍ଜାମରେ ୮, ଜଗତସିଂହପୁରରେ ୯୧, ଯାଜପୁରରେ ୧୮୩, ଝାରସୁଗୁଡ଼ାରେ ୨୬, କଳାହାଣ୍ଡିରେ ୯, କନ୍ଧମାଳରେ ୨୦, କେନ୍ଦ୍ରାପଡ଼ାରେ ୫୯, କେନ୍ଦୁଝରରେ ୭୨, ଖୋର୍ଦ୍ଧାରେ ୫୨୯, କୋରାପୁଟରେ ୩୨, ମାଲକାନାଗିରିରେ ୩୨, ମୟୂରଭଞ୍ଜରେ ୧୪୧, ନବରଙ୍ଗପୁରରେ ୧୮, ନୟାଗଡ଼ରେ ୬୨, ନୂଆପଡ଼ାରେ ୫, ପୁରୀରେ ୧୭୪, ରାୟଗଡ଼ାରେ ୩୩, ସମ୍ବଲପୁରରେ ୨୫, ସୋନପୁରରେ ୧୭, ସୁନ୍ଦରଗଡ଼ରେ ୬୪ ଓ ରାଜ୍ୟ ପୁଲରେ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor