ରାଜ୍ୟରେ ଆଉ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୪୯୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୧୦୭ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୯୯, ବାଲେଶ୍ୱରରେ ୧୬୪, ବରଗଡ଼ରେ ୧୩, ଭଦ୍ରକରେ ୯୫, ବଲାଙ୍ଗୀରରେ ୫, ବୌଦ୍ଧରେ ୨୧, କଟକରେ ୩୯୭, ଦେବଗଡ଼ରେ ୫, ଢେଙ୍କାନାଳରେ ୯୩, ଗଜପତିରେ ୯, ଗଞ୍ଜାମରେ ୮, ଜଗତସିଂହପୁରରେ ୯୧, ଯାଜପୁରରେ ୧୮୩, ଝାରସୁଗୁଡ଼ାରେ ୨୬, କଳାହାଣ୍ଡିରେ ୯, କନ୍ଧମାଳରେ ୨୦, କେନ୍ଦ୍ରାପଡ଼ାରେ ୫୯, କେନ୍ଦୁଝରରେ ୭୨, ଖୋର୍ଦ୍ଧାରେ ୫୨୯, କୋରାପୁଟରେ ୩୨, ମାଲକାନାଗିରିରେ ୩୨, ମୟୂରଭଞ୍ଜରେ ୧୪୧, ନବରଙ୍ଗପୁରରେ ୧୮, ନୟାଗଡ଼ରେ ୬୨, ନୂଆପଡ଼ାରେ ୫, ପୁରୀରେ ୧୭୪, ରାୟଗଡ଼ାରେ ୩୩, ସମ୍ବଲପୁରରେ ୨୫, ସୋନପୁରରେ ୧୭, ସୁନ୍ଦରଗଡ଼ରେ ୬୪ ଓ ରାଜ୍ୟ ପୁଲରେ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor