ରେଳ ଧାରଣା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ଠାବ

ପ୍ୟାରିସ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକ ରେଳ ଧାରଣା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ଠାବ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏକ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବୋମାଟି ଜୀବନ୍ତ କି ନା ତାହା ଜାଣିବାକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଚେଷ୍ଟା କରୁଛି। ସେପଟେ ରେଳ ଧାରଣାରେ ବୋମା ମାଡ଼ ଖବର ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ରେଳ ଧାରଣାରୁ ମିଳିବା ପରେ ଲଣ୍ଡନ ଏବଂ ଉତ୍ତର ଅଭିମୁଖେ ଯାଉଥିବା ସମସ୍ତ ୟୁରୋଷ୍ଟାର ଟ୍ରେନକୁ ଶୁକ୍ରବାର ଅଟକାଇ ଦିଆଯାଇଛି ବୋଲି ଫ୍ରାନ୍ସ ଅଧିକାରୀମାନେ କହିଛନ୍ତି। ଏଥିସହ ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଖେଳିଯାଇଛି ଓ ବିଭିନ୍ନ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।
Powered by Froala Editor