ରଣବୀର ଆହ୍ଲାବାଦିଆଙ୍କୁ ଆଶ୍ବସ୍ତି: ପୁଣି ଆରମ୍ଭ ହେବ ପୋଡକାଷ୍ଟ୍

ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ପୁଣି ଥରେ ’ଦି ରଣବୀର ଶୋ’ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ନ୍ୟାୟାଳୟ ରଣବୀରଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ କୁହାଯାଇଛି, ଯେପରି ସେ ଭବିଷ୍ୟତରେ ତାଙ୍କର କାର୍ଯ୍ୟକ୍ରମରେ ଶିଷ୍ଟାଚାର ବଜାୟ ରଖିବେ, ଯାହାଦ୍ୱାରା ସମସ୍ତ ବର୍ଗର ଲୋକେ ଏହାକୁ ଦେଖିପାରିବେ। ଏଥିସହିତ ଏହି ବିବାଦକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଅର ବାଇସେପ୍ ନାମରେ ଲୋକପ୍ରିୟ ୩୧ ବର୍ଷୀୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଗତ ମାସରେ ଷ୍ଟାଣ୍ଡ ଅପ୍ କମେଡିଆନ ସମୟ ରାଇନାଙ୍କ ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋ’ରେ ଅଶାଳୀନ ମନ୍ତବ୍ୟ ବିବାଦ ଘେରକୁ ଆସିଥିଲେ। ଜଣେ ପ୍ରତିଯୋଗୀଙ୍କୁ ସେ ତାଙ୍କର ଅଭିଭାବକଙ୍କ ଯୌନ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଏବଂ ସମାଲୋଚନା କରାଯାଇଥିଲା।
ବିବାଦ ମଧ୍ୟରେ, ଆହ୍ଲାବାଦିଆ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ “କମେଡି ମୋର ଶକ୍ତି ନୁହେଁ” ଏବଂ “ଏହା ମଜାଦାର ନଥିଲା”। ସେ ସୋସିଆଲ ମିଡିଆରେ ଏକ କ୍ଷମା ପ୍ରାର୍ଥନା କରି ଲେଖିଥିଲେ, “ମୁଁ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ରେ ଯାହା କହିଥିଲି ତାହା କହିବା ଉଚିତ୍ ନଥିଲା। ମୁଁ ଦୁଃଖିତ।”
ଆହ୍ଲାବାଦିଆଙ୍କ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠକୁ ତାଙ୍କ ଶୋ’ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଅନୁରୋଧ କରିଥିଲେ କାରଣ ଏଥିରେ ପ୍ରାୟ 280 ଜଣ ଲୋକ ନିଯୁକ୍ତି ପାଆନ୍ତି। ଏହା ତାଙ୍କର ଏକମାତ୍ର ଜୀବିକା ବୋଲି ରଣବୀର ଉଲ୍ଲେଖ କରିଥିଲେ । ରଣବୀରଙ୍କ ଲୋକପ୍ରିୟ ପଡକାଷ୍ଟ ଶୋ ପ୍ରତ୍ୟେଗ ବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ ବୋଲି ରଣବୀରଙ୍କୁ ଆଶ୍ବସ୍ତି ଦେବା ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ।
Powered by Froala Editor