ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେଲା, ଆତ୍ମହତ୍ୟା କରିଦେଲେ ଟିସିଏସ ମ୍ୟାନେଜର

ସ୍ତ୍ରୀଙ୍କ ନିର୍ଯାତନାରେ ବିରକ୍ତ ହୋଇ ଜୀବନ ହାରିଲେ ଉତ୍ତରପ୍ରଦେଶର ଆଗ୍ରାରେ ରହୁଥିବା ଜଣେ ଯୁବକ। ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ଯନ୍ତ୍ରଣା ବିଷୟରେ କହିଛନ୍ତି। ତାଙ୍କ ପତ୍ନୀ ତାଙ୍କୁ କିଭଳି ନିର୍ଯାତନା ଦେଉଥିଲେ ତାହା ସେ ଭିଡିଓ ମାଧ୍ୟମରେ କହିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ମୃତକଙ୍କ ନାମ ହେଲା ମାନବ ଶର୍ମା।
ଡିଫେନ୍ସ କଲୋନୀ, ସଦର ବାସିନ୍ଦା ମାନବ ଶର୍ମା ମୁମ୍ବଇସ୍ଥିତ ଟିସିଏସ୍ କମ୍ପାନୀରେ ନିଯୁକ୍ତି ପରିଚାଳକ(ରିକ୍ରୁଟମେଣ୍ଟ ମ୍ୟାନେଜର) ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପିତା ନରେନ୍ଦ୍ର ଶର୍ମା ବାୟୁସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ମାନବ ତାଙ୍କର ଏକମାତ୍ର ପୁଅ ଥିଲେ। ବର୍ଷେ ତଳେ ଅର୍ଥାତ୍ ୨୦୨୪ ମସିହା ଜାନୁଆରୀ ୩୦ ତାରିଖରେ ମାନବ ବିବାହ କରିଥିଲେ। ଅଭିଯୋଗ ହୋଇଛି ଯେ, ବିବାହ ପରଠୁ ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ, ସେ ପତ୍ନୀଙ୍କୁ ତାଙ୍କ ସହ ମୁମ୍ବଇ ନେଇ ଯାଇଥିଲେ। ପତ୍ନୀ ନିଜ ପ୍ରେମିକ ସହ ରହିବାକୁ ଚାହୁଥିବାରୁ ମାନବ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ତାଙ୍କ ପରିବାର।
ଘଟଣା ସହିତ ଜଡିତ ଏକ ୬ମିନିଟ୍ ୪୭ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାନବ ପଙ୍ଖାରେ ଫାଶୀ ଲଗାଇ ତଳେ ବସି ଭିଡିଓ କରୁଛନ୍ତି।
ଅନ୍ୟ ପକ୍ଷରେ ମାନବଙ୍କ ପତ୍ନୀ ନିକିତା ଶର୍ମା କହିଛନ୍ତି, "ହଁ, ମୋର ଜଣେ ପ୍ରେମିକ ଥିଲେ। କିନ୍ତୁ ବିବାହ ପରେ ସବୁକିଛି ଶେଷ ହୋଇଯାଇଥିଲା। ଏହା ଜାଣି ବି ମାନବ ଝଗଡ଼ା କରୁଥିଲେ ଏବଂ ସନ୍ଦେହ କରୁଥିଲେ। ମୁଁ ତାକୁ ୩ ଥର ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲି। ମୋ ସ୍ୱାମୀ ମୋତେ ମାରୁଥିଲେ। ସେ ପ୍ରଚୁର ମଦ୍ୟପାନ କରୁଥିଲେ। ମୋ କଥା ମଧ୍ୟ ସରକାର ଶୁଣିବା ଉଚିତ। ଏବେ ତାଙ୍କ ମୃତ୍ୟୁ ପାଇଁ ମୋତେ ଦାୟୀ କରାଯାଉଛି।"
Powered by Froala Editor