ରେଳ ଟ୍ରାକରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ
ଭୁବନେଶ୍ବର: ସୁଇସାଇଡ ନୋଟ ଲେଖି ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ବାରଙ୍ଗ ଥାନା ଅନ୍ତର୍ଗତ ସାରଙ୍ଗେଇ ମନ୍ଦିର ନିକଟ ରେଳ ଟ୍ରାକରୁ ରେଲୱେ ପୁଲିସ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରିଛି। ମୃତକଙ୍କ ନାମ ଆଶିଷ ଜେନା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଆଶିଷଙ୍କ ସ୍କୁଟି ଏବଂ ମୋବାଇଲ ଫୋନ ସହିତ ଏକ ଡାଏରୀ ଜବତ କରିଛି, ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଲେଖିଛନ୍ତି।
ନିଜ ମୃତ୍ୟୁ ପାଇଁ ଆଶିଷ ଦୁଇ ଜଣ ଯୁବକଙ୍କୁ ଦାୟୀ କରିଛନ୍ତି। ଯୁବକଦ୍ବୟଙ୍କ ନାମ ବ୍ରହ୍ମାନନ୍ଦ ମଙ୍ଗରାଜ ଓ ଦେବୁଦତ୍ତ ସ୍ବାଇଁ ବୋଲି ଆଶିଷ ଲେଖିଛନ୍ତି। ଉଭୟ ବ୍ରହ୍ମାନନ୍ଦ ଏବଂ ଦେବୁଦତ୍ତ ତାଙ୍କୁ ବାରମ୍ବାର ଧମକ ଏବଂ ନିର୍ଯାତନା ଦେଉଥିବା କାରଣରୁ ସେ ଆତ୍ମହତ୍ୟା କରିଥିବା ଆଶିଷ ଉଲ୍ଲେଖ କରିଛନ୍ତି।
Powered by Froala Editor