ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ : ହିମାଚଳପ୍ରଦେଶର କୁଲ୍ଲୁରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଅତି ପ୍ରବଳ ବର୍ଷା କାରଣରୁ ଭୂତନାଥ ନାଳରେ ଦେଖୁ ଦେଖୁ ଅନେକ ଗାଡି ବୁଡି ଯିବା ସହ ଭାସି ଯାଇଛି । କୁଲ୍ଲୁରେ ଦୁଇ ଦିନ ହେବ ଲଗାତାର ବର୍ଷା ଲାଗି ରହିଛି । ଏଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସ୍ଥାନୀୟ ପାଣିପାଗ ବିଭାଗ ଅନେକ ଅଞ୍ଚଳକୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ବର୍ଷାକୁ ନଜରରେ ରଖି କୁଲ୍ଲୁରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
ବହୁ ସଂଖ୍ୟକ ଲୋକ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। କିନ୍ନୌର, କୁଲୁ ଏବଂ ଶିମଲାରେ ପରିସ୍ଥିତି ସବୁଠାରୁ ଖରାପ। ଖରାପ ପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି। ରାଜଧାନୀକୁ କିନ୍ନୌର ଏବଂ ଉପର ଶିମଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୦୫ ଏବଂ ଜାତୀୟ ରାଜପଥ- ୫ ଠପ୍ ହୋଇଯାଇଛି।
Powered by Froala Editor