ସ୍ତ୍ରୀକୁ ପିଟି ପିଟି ସ୍ୱାମୀ କଲା ହତ୍ୟା

ଦେବଗଡ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ । କୁଣ୍ଢେଇଗୋଳା ଥାନା ଝରାଡିହି ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି । ମୃତ ମହିଳା ଜଣକ ହେଲେ ଅରଖପାଳ ଗ୍ରାମର ରମେଶ ମାଝୀଙ୍କ ଝିଅ ଚଞ୍ଚଳା ପ୍ରଧାନ(୨୬)। ଚଞ୍ଚଳାଙ୍କ ଗତ ୮ ବର୍ଷ ପୂର୍ବେ ଜଗ ପ୍ରଧାନଙ୍କ ପୁଅ ବିଭୂତି ଭୂଷଣ ପ୍ରଧାନଙ୍କ ସହ ପ୍ରେମ ବିବାହ ହୋଇଥିଲା। ଚଞ୍ଚଳାଙ୍କ ୩ଟି ପୁତ୍ର ସନ୍ତାନ ରହିଛି।
ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor