ଇଣ୍ଡୋନେସିଆ ସୁଲାୱେସୀ ଦ୍ବୀପ ନିକଟରେ ଭୂକମ୍ପ

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା । ସୁଲାୱେସୀ ଦ୍ବୀପ ନିକଟରେ ଭୂକମ୍ପ ଅନୁଭବ କଲେ ଇଣ୍ଡୋନେସିଆବାସୀ । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ସୁଲାଓ୍ବେସିରେ ରହିଥିବା ବେଳେ ଗଭୀରତା 10 କିଲୋମିଟର ରହିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିପାରି ନାହିଁ । ସେପଟେ ଭୂକମ୍ପର ପରେ ସୁନାମୀର କୌଣସି ଆଶଙ୍କା ନଥିବା ଭୂବିଜ୍ଞାନୀମାନେ କହିଛନ୍ତି ।
ଇଣ୍ଡୋନେସିଆ ‘ରିଙ୍ଗ୍ ଅଫ୍ ଫାୟାର’ ନାମକ ଏକ ସ୍ଥାନରେ ଅବସ୍ଥିତ । ଏଠାରେ ପୃଥିବୀର ଅନେକ ଟେକ୍ଟୋନିକ୍ ପ୍ଲେଟ୍ ମିଳିତ ହେବା କାରଣରୁ, ଏହି ଅଞ୍ଚଳକୁ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ପାଇଁ ଜଣାଯାଏ ।
ତେବେ ଏହା ପ୍ରଥମ କଥା ନୁହେଁ ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ଭୂକମ୍ପ ହୋଇଛି । ଶହଶହ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ୨୦୧୮ରେ ବି ଭୂକମ୍ପ- ଇଣ୍ଡୋନେସିଆ ସୁଲାୱେସୀର ପାଲୁରେ ଭୂକମ୍ପ ହୋଇଥିଲା । ୭.୫ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପରେ ବଡ ସୁନାମୀ ମାଡି ଆସିଥିଲା । ଯେଉଁଥିଲେ ୨୨୦୦ ଲୋକ ପ୍ରାଣ ହରାଇଥିଲେ । ୨୦୨୧ରେ ଇଣ୍ଡୋନେସିଆର ସେହି ସୁଲାୱେସୀରେ ଭୂକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ଥିଲା ୬.୨ ଏବଂ ସେଥିରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବେଘର ହୋଇଥିଲେ ।
Powered by Froala Editor