ମହାକୁମ୍ଭରୁ ଫେରିବା ବେଳେ ଜେଏମଏମ ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସାଂସଦ ମହୁଆ ମାଂଝୀ ଗୁରୁତର ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ଲାତେହାର ଜିଲାରେ ମହାକୁମ୍ଭରୁ ଫେରିବା ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ରାଜ୍ୟସଭା ସାଂସଦ ମହୁଆଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରଟି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସାଂସଦ ମହୁଆ ମାଂଝୀ ଆହତ ହୋଇଥିବା ଜଣାପଡ଼ିଛି।
ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ। ଧକ୍କାରେ ଗାଡିର ଆଗ ଭାଗ ଭାଙ୍ଗିଯାଇଛି। ମହୁଆଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା, ପରେ ତାଙ୍କୁ ରାଞ୍ଚି ରିଏମ୍ଏସ୍ ରେଫର୍ କରାଯାଇଛି।
ସଦର ଥାନା ଦାୟିତ୍ୱରେ ଥିବା ଦୁଲାର ଚୌଡ଼େ କହିଛନ୍ତି ଯେ, ଦୁର୍ଘଟଣା ପରେ ମାଂଝୀଙ୍କୁ ତୁରନ୍ତ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କହିଛନ୍ତି ଯେ, ମାଂଝୀ ପ୍ରୟାଗରାଜରୁ ତାଙ୍କ ପୁଅ ଓ ବୋହୂଙ୍କ ସହ ରାଞ୍ଚି ଫେରୁଥିଲେ।
Powered by Froala Editor