ରକ୍ତମୁଖା ହେଲା ଯୁବକ: ପ୍ରେମିକା ସହ ୬ ଜଣଙ୍କୁ ହାତୁଡି, ଚାପଡ଼ରେ ମାରିଦେଲା

କେରଳର ଥିରୁଭାନନ୍ତପୁରମରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ପ୍ରେମିକା ସହ ନିଜ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି ୨୩ ବର୍ଷୀୟ ଯୁବକ ଆଫହାନ। ନିଜ ମା’, ଜେଜେ ମା’, ନାବାଳକ ଭାଇ, ଦାଦା, ଉଭଣୀଙ୍କ ସହ ପ୍ରେମିକାଙ୍କୁ ହାତୁଡ଼ିରେ ପିଟି ଚାପଡ଼ରେ ହାଣି ମାରିଦେଇଛନ୍ତି ଯୁବକ। ହତ୍ୟା ପରେ ଥାନାରେ ଯୁବକ ଆତ୍ମସମର୍ପଣ କରିଛନ୍ତି।
ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ଆଫହାନ ରାଜଧାନୀ ତିରୁଅନନ୍ତପୁରମର ଉପକଣ୍ଠ କେରଳର ଭେଞ୍ଜାରାମୁଡରେ ଥିବା ପୁଲିସ ଷ୍ଟେସନରେ ସ୍ୱୀକାର କରିଥିଲା ଯେ ସେ “ଛଅ ଜଣଙ୍କୁ ହତ୍ୟା କରିଛି”। ପୁଲିସ ତୁରନ୍ତ ତାଙ୍କ ଘରକୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରକୁ କର୍ମଚାରୀ ପଠାଇଥିଲା, ଯାହା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା। ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ ପ୍ରକାଶ କରିଛି।
ବ୍ୟବସାୟରେ କ୍ଷତି ଯୋଗୁ ଅତ୍ୟଧିକ ଋଣ କରିଥିଲେ ଯୁବକ। ଋଣ ଶୁଝିବାକୁ ପରିବାର ଲୋକେ ରାଜି ନ ହେବାରୁ ହତ୍ୟା କରିଥିବା ପୋଲିସକୁ କହିଛନ୍ତି।
Powered by Froala Editor