ସ୍ପେସ୍ ଷ୍ଟେସନରେ କିପରି ପିନ୍ଧନ୍ତି ପ୍ୟାଣ୍ଟ ଦେଖାଇଲେ ମହାକାଶଚାରୀ

ନୂଆଦିଲ୍ଲୀ: ନାସାର ଜଣେ ମହାକାଶଚାରୀ ମହାକାଶର ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି। ଫେବୃଆରୀ ୨୧ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ନାସାର କେମିକାଲ ଇଞ୍ଜିନିୟର ଡନ୍ ପେଟିଟ୍ ଦେଖାଇଛନ୍ତି ଯେ, ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ନିଜ ପ୍ୟାଣ୍ଟ କିପରି ପିନ୍ଧନ୍ତି। ଭିଡିଓରେ ପେଟିଟ୍ ତାଙ୍କ ଭାସମାନ ଟ୍ରାଉଜରକୁ ଏକ ମଜାଳିଆ ଢଙ୍ଗରେ ପିନ୍ଧୁଥିବା ଦେଖିବାକୁ ମିଳିଛି।
ପେଟିଟ୍ ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି, ‘‘ଏକ ସମୟରେ ଦୁଇ ଗୋଡ଼।’’ ଭିଡିଓରେ ଦେଖାଯାଉଛି ଯେ, ସ୍ପେସ୍ ଷ୍ଟେସନରେ ପେଟିଟ୍ଙ୍କ ଟ୍ରାଉଜର ଭାସମାନ ଅବସ୍ଥାରେ ରହିଛି ଏବଂ ସେ ଉପରୁ ଓହ୍ଲାଇ ଏକସଙ୍ଗେ ଦୁଇ ଗୋଡ଼ ପ୍ୟାଣ୍ଟରେ ଭର୍ତ୍ତି କରୁଛନ୍ତି। ଏହି ଭିଡିଓଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯାହା ମହାକାଶରେ ଘଟୁଥିବା କୌତୁହଳପୂର୍ଣ୍ଣ ଘଟଣାଗୁଡ଼ିକ ଦେଖିବାର ସୁଯୋଗ ଦେଇଛି। ଭିଡିଓ ଦେଖି ବହୁ ସଂଖ୍ୟକ ଲୋକ ଏଥିରେ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି।
Powered by Froala Editor