ମୁଁ ଉଦିତଙ୍କ ସହ ଜୀବନ ବିତାଇବାକୁ ଚାହୁଁଛି

ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ପୂର୍ବରୁ ଉଦିତ ନାରାୟଣ ଅନେକ ଥର ଶୁଣାଣିରେ ଅନୁପସ୍ଥିତ ରହିଥିବା ବେଳେ ଆଜି ସେ ହାଜର ହୋଇଥିଲେ ।
ରଞ୍ଜନା ନାରାୟଣ ଝା କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହାଁନ୍ତି ଏବଂ ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସେ ଏବେ ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି । ଏହା ସହିତ ଅଭିଯୋଗ କରି କହିଛନ୍ତି, ଯେତେବେଳେ ସେ ମୁମ୍ବାଇରେ ଉଦିତ ନାରାୟଣଙ୍କୁ ଭେଟିବାକୁ ଯାଆନ୍ତି, ତାଙ୍କ ପଛରେ ଗୁଣ୍ଡା ଲଗାଇ ଦିଆଯାଉଛି ।
କୋର୍ଟରେ ହାଜର ହେବା ପରେ ରଞ୍ଜନା କହିଛନ୍ତି, ଉଦିତ ନାରାୟଣ କୌଣସି ସମାଧାନକୁ ଅସ୍ବୀକାର କରିବା ସହ ମାମଲା ଲଢ଼ିବେ ବୋଲି କହିଥିଲେ। ବିବାହ ପରେ ମଧ୍ୟ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳି ନ ଥିଲା ଏବଂ ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇଥିଲା ବୋଲି ରଞ୍ଜନା ଅଭିଯୋଗ କରିଛନ୍ତି। ଅଦାଲତରୁ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ତେବେ ଏ ନେଇ ଉଦିତ ନାରାୟଣଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ।
Powered by Froala Editor