ପୁଣି ଡରାଇଲା ନୂଆ ଭୂତାଣୁ HKU5-CoV-2

ଚାଇନାର ଏକ ନୂଆ ଭାଇରସ HKU5-CoV-2 ଆବିଷ୍କୃତ ହୋଇଛି, ଯାହା କୋଭିଡ-19 ପରି ବିପଜ୍ଜନକ ହୋଇପାରେ ବୋଲି କୁହାଯାଉଛି। ଏହି ଭାଇରସ ବାଦୁଡ଼ିରେ ମଧ୍ୟ ମିଳିଛି ଏବଂ ଏହା ମଣିଷକୁ ସଂକ୍ରମିତ କରିପାରେ। ଏହି ଖବର ପରେ, ବିଶ୍ୱର ବୈଜ୍ଞାନିକମାନେ ସମସ୍ତଙ୍କୁ ଆଲର୍ଟ କରିଛନ୍ତି।
ଚାରି ବର୍ଷ ତଳେ ସାରା ବିଶ୍ୱରେ କରୋନା ହାହାକାର ଖେଳାଇ ଦେଇଥିଲା। ଚୀନର ଉହାନ ସହରରୁ ପ୍ରଥମେ ଚିହ୍ନଟ ହୋଇଥିବା ମହାମାରୀ କରୋନା। ଧିରେ ଧିରେ ପୁରା ବିଶ୍ୱରେ ବ୍ୟାପିଯାଇଥିଲା। ଯେଉଁଥିରେ କି ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏହି କରୋନା ପାଇଁ ସବୁଠି ଲକଡାଉନ ଘୋଷଣା କରାଯାଇଥିଲା। ଘରୁ ବାହାରିବାକୁ ମଧ୍ୟ ଲୋକ ଡରୁଥିଲେ। ହେଲେ ଏବେ ପୁଣି ଥରେ ସେହି ଡର ଲୋକଙ୍କ ମନରେ ପଶିଲାଣି। କାରଣ ପୁଣିଥରେ କରୋନାର ନୂଆ ପ୍ରଜାତୀ ଚିହ୍ନଟ ହୋଇଛି।
ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, HKU5-CoV-2 ଭାଇରସ ସମାନ ମାନବ ରିସେପ୍ଟର (ACE2) ବ୍ୟବହାର କରେ ଯାହାକୁ Covid-19 ପାଇଁ ଦାୟୀ SARS-CoV-2 ବ୍ୟବହାର କରିଥିଲା। ଏହି ଆବିଷ୍କାର ‘ବ୍ୟାଟ ଓମ୍ୟାନ’ ଭାବରେ ଜଣାଶୁଣା ଭାଇରୋଲୋଜିଷ୍ଟ ଶି ଝେଙ୍ଗଲି କରିଛନ୍ତି। ଏହି ନୂତନ ଆବିଷ୍କାର ପୂର୍ବରୁ, ଚାଇନାରେ ମାନବ ମେଟାପନ୍ୟୁମୋଭାଇରସ (HMPV) ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା। ଯାହା ପରେ କୋଭିଡ ଭଳି ମହାମାରୀ ଭୟ ଘାରିଥିଲା।
ବାଦୁଡ଼ିରେ ମଧ୍ୟ HKU5-CoV-2 ଭାଇରସ ମିଳିଛି, କିନ୍ତୁ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହା ଅନ୍ୟ ପ୍ରାଣୀମାନଙ୍କ ମାଧ୍ୟମରେ ମଣିଷକୁ ବ୍ୟାପିପାରେ।
Powered by Froala Editor