ବାଇକକୁ ପିଟିଲା ମିନିଟ୍ରକ, ଜଣେ ମୃତ ଜଣେ ଗୁରୁତର
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥର ପୁଞ୍ଜିପଥର ନିକଟରେ ବାଇକକୁ ମିନିଟ୍ରକ ଧକ୍କା ଦେଇଛି। ଘଟଣା ସ୍ଥଳରେ ଜଣେ ମୃତ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି l ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ଜଣଙ୍କ କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗାଁର ଭକ୍ତାବର ଜୁଗନିଆଁ ବୋଲି ଜଣାପଡ଼ିଛି। ଅପରାହ୍ନରେ ବାଇକରେ ଦୁଇ ଜଣ ବଙ୍ଗୋମୁଣ୍ଡା ପଟକୁ ଆସୁଥିବା ସମୟରେ ବଙ୍ଗୋମୁଣ୍ଡା ପଟରୁ କଣ୍ଟାବାଞ୍ଜି ଯାଉଥିବା ଏକ ୪୦୭ ମିନି ଟ୍ରକ ଧକ୍କା ଦେବାରୁ ମୋଟର ସାଇକେଲଟି ଚାରି ଚକିଆ ଗାଡି ଭିତରକୁ ପଶି ଯାଇଥିଲା। ଘଟଣା ସ୍ଥଳରେ ହିଁ ଭକ୍ତାବର ଜୁଗନିଆଁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଆହତ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor