ରାଜ୍ୟରେ ନିର୍ମାଣ ହେବ ୩୧ଟି ବୃହତ ଜଳସେଚନ ପ୍ରକଳ୍ପ ସହ ୨୭ଟି ବ୍ୟାରେଜ

ଭୁବନେଶ୍ୱର:ରାଜ୍ୟରେ ୩୧ଟି ବୃହତ ଜଳସେଚନ ପ୍ରକଳ୍ପ ସହ ୨୭ଟି ବ୍ୟାରେଜ ନିର୍ମାଣ ହେବ । ଏନେଇ ଗୁରୁବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ୭୨ଟି ଷ୍ଟ୍ରକଚର ଓ ୭୯ଯି କ୍ଷୁଦ୍ର ଜଚସେଚନ ପ୍ରକଳ୍ପ ପାଇଁ ମଧ୍ୟ ଯୋଜନା ହୋଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଟେଣ୍ଡର କାହିଁକି ବାତିଲ ହୋଇଛି ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଜଳ ସମ୍ପଦ ବିଭାଗ ପକ୍ଷରୁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ୫ ବର୍ଷରେ ଏନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।
Powered by Froala Editor