ଅର୍ଥନୈତିକ ସର୍ଭେ ରିପୋର୍ଟ : ମୁଣ୍ଡ ପିଛା ଆୟରେ ଏକାଦଶ ସ୍ଥାନରେ ଓଡ଼ିଶା

ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି । ମୁଣ୍ଡ ପିଛା ଆୟରେ ଏକାଦଶ ସ୍ଥାନରେ ରହିଛି ଓଡ଼ିଶା। ବାର୍ଷିକ ମୁଣ୍ଡ ପିଛା ଆୟ ୧୦.୬% ବୃଦ୍ଧି ପାଇଁ ୧.୮୩ ଲକ୍ଷରେ ପହଞ୍ଚିଛି। ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବା ପରେ ଏହି ତଥ୍ୟ ମିଳିଛି।
ଓଡ଼ିଶାର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ଆକଳନ କରାଯାଇଛି । ସେହିପରି ସର୍ବଭାରତୀୟ ସ୍ତରରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଓଡ଼ିଶା ଅର୍ଥନୀତିର ଆକାର ୧୦% ବଢ଼ି ୯.୫ ଲକ୍ଷ କୋଟିରେ ପହଞ୍ଚିଛି ।
ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ । ଅନ୍ୟପଟେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ ରହିଛି । ସେବା କ୍ଷେତ୍ରରେ ୧୦% ଅଭିବୃଦ୍ଧି ଆକଳନ କରାଯାଇଥିବା ବେଳେ ରାଜ୍ୟର ଯୋଗଦାନ ୩୭% ରହିଛି।
Powered by Froala Editor