ବିବାଦ ବଢୁଛି, ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା

କମେଡିଆନ ସମୟ ରୈନାଙ୍କ India's Got Latent ସୋ'ରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ କମେଣ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି । ବିବାଦ ତେଜିବା ସହିତ ରଣବୀର ଓ ସମୟଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏଫଆଇଆର ରୁଜୁ ହୋଇଛି । ବୁଧବାର ତାଙ୍କ ସୋ’କୁ ନେଇ ହୋଇଥିବା ବିବାଦ ଉପରେ ନୀରବତା ଭଙ୍ଗ କରିଛନ୍ତି।
ସମୟ ରୈନା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯାହାବି କିଛି ହେଉଛି ଏହାକୁ ହ୍ୟାଣ୍ଡେଲ କରିବା ମୋ ପାଇଁ ଖୁବ୍ କଠିନ ହୋଇଯାଉଛି । ମୁଁ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ର ସମସ୍ତ ଭିଡିଓ ଚ୍ୟାନେଲରୁ ହଟାଇ ଦେଇଛି । ମୋର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ହସାଇବା ଥିଲା । ଏହି ଘଟଣାର ଯାଞ୍ଚ ଠିକ୍ ଭାବେ ହେଉ, ଏଥିପାଇଁ ମୁଁ ସବୁ ଏଜେନ୍ସିକୁ ସହଯୋଗ କରିବାକୁ ପ୍ରସ୍ତୁତ ।
ଉଲ୍ଲେଖଯୋଗ୍ୟ, ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, "ତୁମେ କ'ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ?" ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ୍ ଏବେ ସେହି ଭିଡିଓକୁ ଡିଲିଟ୍ କରିଦେଇଛି।
Powered by Froala Editor