ଇନ୍ଷ୍ଟାରେ ସମୟଙ୍କ ୬ ମିଲିୟନ୍ ଫଲୋଅର୍ସ, କିନ୍ତୁ ସେ ଜଣଙ୍କୁ କରନ୍ତି ଫଲୋ...

ରଣବୀର ଆହ୍ଲାବାଦିଆଙ୍କ ମାତାପିତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ପରେ ସମୟ ରାଇନା ମଧ୍ୟ ବିବାଦରେ ଫସିଛନ୍ତି। ଗୋଟାଏ ପଟେ ଲୋକମାନେ ସମୟଙ୍କ ସୋ’ ବନ୍ଦ କରିବାକୁ ଦାବି କରୁଥିବା ବେଳେ ଅନ୍ୟପଟେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ସମୟ ତାଙ୍କର କମେଡି ପାଇଁ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଇନଷ୍ଟା ଓ ୟୁଟ୍ୟୁବରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି। ଇନଷ୍ଟାରେ ତାଙ୍କୁ ୬ମିଲିୟନ ଲୋକ ଫଲୋ କରୁଥିବା ବେଳେ ସେ ମାତ୍ର ଜଣଙ୍କୁ ଫଲୋ କରୁଥିବା ଦେଖାଯାଇଛି। ଯାହାଙ୍କ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସମୟ ଇନଷ୍ଟାଗ୍ରାମରେ ଯେଉଁ ମହିଳାଙ୍କୁ ଫଲୋ କରନ୍ତି ସେ ହେଉଛନ୍ତି ରାକ୍ଷୀ ସାୱନ୍ତ।
ଏକ ସାକ୍ଷାତକାରରେ ରାକ୍ଷୀ ସମୟଙ୍କୁ ସମର୍ଥନ କରିଛନ୍ତି। ରାକ୍ଷୀ କହିଛନ୍ତି, ଜଣେ ବ୍ୟକ୍ତି ଭୁଲ୍ କରିଥିଲେ କିନ୍ତୁ ଅନ୍ୟମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି? ରଣବୀର କିଛି ଭୁଲ୍ କହିଛନ୍ତି ଏବଂ ମୁଁ ମଧ୍ୟ ସହମତ ଯେ, ସେ ଭୁଲ କରିଛନ୍ତି। କିନ୍ତୁ କେବଳ ସମୟଙ୍କ ଉପରେ କାହିଁକି ଆକ୍ରମଣ ହେଉଛି?
ଯଦି ଏହି ସୋ’କୁ ବନ୍ଦ କରିବାକୁ ଦାବି ହେଉଛି, ତେବେ ସମସ୍ତ ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଦିଆଯିବା ଉଚିତ। ସମୟ ପ୍ରଥମ ବ୍ୟକ୍ତି ନୁହଁନ୍ତି ଯିଏ ଗାଳି କରି କମେଡି କରୁଛନ୍ତି। ମୁଁ ତୁମକୁ ଏପରି କେତୋଟି ସୋ’ ଦେଖାଇପାରିବି ଯେଉଁଥିରେ ଶାରୀରିକ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା ହୋଇଛି। କାହିଁକି କେବଳ ଗୋଟିଏ ସୋ’କୁ ଟାର୍ଗେଟ କରାଯାଉଛି? ଯଦି ସେମାନେ ଦେଶକୁ ବଞ୍ଚାଇବାକୁ ଚାହାଁନ୍ତି, ତେବେ ସମସ୍ତ ଅଶ୍ଳୀଳ ସୋ’ ବନ୍ଦ ହେବା ଉଚିତ।"
Powered by Froala Editor