ଅଶାଳୀନ ମନ୍ତବ୍ୟ ଭାରୀ ପଡ଼ିଲା: ରଣବୀରଙ୍କ ନାଁରେ ମାମଲା, ପଡକାଷ୍ଟକୁ ଆସିବେନି ଅତିଥି

ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ, ସୋସିଆଲ ମିଡିଆ ଇନଫ୍ଲୁଏନସର ଅପୂର୍ବ ମଖିଜା, ହାସ୍ୟ କଳାକାର ସମୟ ରୈନା ଓ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସୋ’ରେ ଅଶାଳୀନ ପ୍ରଶ୍ନ ନେଇ ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ ଏବେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏବେ ଏହାର ପ୍ରଭାବ ତାଙ୍କ କାମ ଉପରେ ମଧ୍ୟ ପଡ଼ିଛି। ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ପରିବାର ବିଷୟରେ ଅଶ୍ଳୀଳ ତଥା ବିବାଦୀୟ ମନ୍ତବ୍ୟକୁ ନେଇ ଏହି ମାମଲା ରୁଜୁ ହୋଇଛି।
‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବିବାଦ ସାମ୍ନାକୁ ଆସିବା ପରେ ମୁମ୍ବଇ ପୁଲିସର ଏକ ଟିମ୍ ଖାର୍ ଷ୍ଟୁଡିଓରେ ପହଞ୍ଚିଛି, ଯେଉଁଠାରେ ଶୋ’ର ଶୁଟିଂ କରାଯାଇଥିଲା। ଏନେଇ ସୂଚନା ଦେଇଛି ମୁମ୍ବଇ ପୁଲିସ। ଶୋ’ରେ ଅଶ୍ଳୀଳ ଭାଷାର ବ୍ୟବହାର ଅଭିଯୋଗରେ ମୁମ୍ବଇ କମିଶନର ଏବଂ ମହାରାଷ୍ଟ୍ର ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି।
ରଣବୀର ନିଜ ଅଶାଳୀନ ପ୍ରଶ୍ନ ପାଇଁ କ୍ଷମା ମାଗିବା ସତ୍ତ୍ୱେ, ଅତିଥିମାନେ ତାଙ୍କ ସୋ’କୁ ଆସିବାକୁ ମନା କରୁଛନ୍ତି। ଏବେ ଜଣାଶୁଣା ଗାୟକ ବି ପ୍ରାକ୍, ରଣବୀରଙ୍କ ପଡକାଷ୍ଟକୁ ଯିବେ ନାହିଁ ବୋଲି ମନା କରିଛନ୍ତି। ସେ ନିଜେ ଏହି ସୂଚନା ଦେଇଛନ୍ତି।
ବି ପ୍ରାକ୍ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ସେ ଆସନ୍ତା ସପ୍ତାହରେ ତାଙ୍କ ପଡକାଷ୍ଟକୁ ଯାଇଥାନ୍ତେ, କିନ୍ତୁ ଏବେ ସେ ଯିବେ ନାହିଁ। ସେ ଏହାକୁ ବାତିଲ କରିଦେଇଛନ୍ତି। ଗାୟକ କହିଛନ୍ତି ଯେ, ରଣବୀରଙ୍କ ଅଶାଳୀନ ପ୍ରଶ୍ନ ମୋତେ କ୍ରେଧିତ କରିଛି। ନିଜ ଭିଡିଓରେ ସେ କହିଛନ୍ତି, ମୁଁ ବିୟର ବାଇସେପ୍ସର ପଡକାଷ୍ଟକୁ ଯିବାର ଯୋଜନା ଥିଲା। କିନ୍ତୁ ଆମେ ତାହା ବାତିଲ କରିଦେଲୁ।
Powered by Froala Editor