ସମ୍ପତ୍ତି ପାଇଁ ଜେଜେକୁ ୭୦ ଥର ଛୁରି ଭୁସି ନୃଶଂସ ହତ୍ୟା

କିଛି ସମ୍ପତ୍ତି ପାଇଁ ୭୦ ଥର ଛୁରି ଭୁସି ଜେଜେକୁ ଅତି ନୃଶଂସ ଭାବେ ହତ୍ୟା କରିଛି ନାତି । ତେଲଙ୍ଗାନାର ହାଇଦ୍ରାବାଦରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୁଲିସ ଅଭିଯୁକ୍ତ ନାତି କିଲାରୁ କିର୍ତ୍ତି ତେଜାକୁ ଗିରଫ କରିଛି।
ପୁଲିସ କହିଛି ଯେ ହାଇଦ୍ରାବାଦର ୮୬ ବର୍ଷୀୟ ଶିଳ୍ପପତି ଭେଲାମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି ସମ୍ପତ୍ତି ବଣ୍ଟନକୁ ନେଇ ତାଙ୍କ ବାସଭବନରେ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ରହିଛି। ପ୍ରଥମେ ସଂପତ୍ତି ଭାଗବଣ୍ଟାକୁ ନେଇ ଜେଜେ ଓ ନାତିଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଘଟଣାଟି ଧୀରେ ଧୀରେ ଉଗ୍ର ରୂପ ନେଇଥିଲା। ଜେଜେଙ୍କ ସଂପତି ବାଣ୍ଟରେ ଅସନ୍ତୁଷ୍ଟ ଥିବା ୨୯ ବର୍ଷୀୟ ନାତି କିଲାରୁ କିର୍ତ୍ତୀ ଜେତା ଶେଷରେ ହତ୍ୟା କରିଥିଲା।
ତାଙ୍କ ଶରୀରରେ ୭୦ରୁ ଅଧିକ ଥର ଛୁରାଘାତ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଝଗଡ଼ା ସମୟରେ ତେଜାଙ୍କ ମାଆ ସରୋଜିନୀ ଦେବୀ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କାହା କଥା ବି ମାନିନଥିଲା। ଫଳରେ ସରୋଜିନୀ ଦେବୀ ମଧ୍ୟ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଥିବା ବେଳେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପରେ ପୁଲିସ ତା’କୁ ଗିରଫ କରିଛି। ତେଜା ଆମେରିକାରେ ମାଷ୍ଟର ଡିଗ୍ରୀ ଶେଷ କରିବା ପରେ ନିକଟରେ ଘରକୁ ଫେରିଥିଲେ।
Powered by Froala Editor