ଉତ୍ତମ ମହାନ୍ତି ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଦ୍ୟତମ ଖବର ଅନୁଯାୟୀ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାଯାଇଛି । ପାଖରେ ପତ୍ନୀ ଅପରାଜିତା ଓ ପୁଅ ବାବୁସାନ ଥିବା ଜଣାଯାଇଛି ।
ଉତ୍ତମ ମହାନ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ପରେ, ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଶୁଆରୋଗ୍ୟର କାମନା କରିଛନ୍ତି। ।ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଉତ୍ତମ ମହାନ୍ତିଙ୍କ ନାମରେ ଆଜି ପର୍ୟ୍ୟନ୍ତ ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ରହିଛି। ସେ ୩୦ଟି ବଙ୍ଗଳା ଚଳଚ୍ଚିତ୍ର ଏବଂ ହିନ୍ଦୀ ଚଳଚ୍ଚିତ୍ର ନୟା ଜାହେରରେ ଅଭିନୟ କରିଛନ୍ତି।
Powered by Froala Editor