ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର:ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି । ନିମ୍ନ ଅଦାଲତଙ୍କ ଏନବିଡବ୍ଲୁ୍ୟ ଉପରେ ମାନ୍ୟବର ହାଇକୋର୍ଟ ରୋକ ଲଗାଇଛନ୍ତି । ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଏନବିଡବ୍ଲୁ୍ୟ ଜାରି କରିଥିଲେ । ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ପଣ୍ଡା ମୃତୁ୍ୟ ମାମଲାରେ ଶ୍ରୀ ଅଗ୍ରୱାଲଙ୍କୁ ସମନ ହୋଇଥିଲା ।୨ଥର ସମନ ସତ୍ତ୍ୱେ ହାଜର ନହେବାରୁ ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଏନବିଡବ୍ଲୁ୍ୟ ଜାରି କରିଥିଲେ ।
Powered by Froala Editor