ଭାରତକୁ ବନ୍ୟଜନ୍ତୁ ଆସିଲେ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟ

ବିଦେଶରୁ ଭାରତକୁ ଅଣାଯାଉଥିଲା ପଶୁପକ୍ଷୀ । କିନ୍ତୁ ପଶୁପକ୍ଷୀଙ୍କ ଭିତରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରୁ ଏବେ ସତର୍କତା ଅବଲମ୍ବନ କରାଯାଉଛି । ଏଣିକି କରୋନା ନେଗେଟିଭ ରିପୋର୍ଟ ଥିବା ପଶୁମାନେ ହିଁ ଭାରତ ଆସିପାରିବେ । ବିଲେଇ, ସିଂହ, ଚିତାବାଘ ଓ ପୁମା ଭଳି ଅନ୍ୟ ପଶୁମାନଙ୍କର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ବୋଲି ସୂଚନା ମିଳିଛି । ନେଗେଟିଭ୍ ରିପୋର୍ଟ ପାଇବା ପରେ ଭାରତ ଉପରୋକ୍ତ ପଶୁ ଆମଦାନୀ ପାଇଁ ଅଗ୍ରୀମ NOC କ୍ଲିୟରାନ୍ସ ପ୍ରଦାନ କରିବ ।
ଏ ନେଇ ଅର୍ଥ ମନ୍ତ୍ରଣାଳୟ ଜୁନ ୩୦ ରେ ସମଗ୍ର ଭାରତରେ କଷ୍ଟମ କର୍ତ୍ତୃପକ୍ଷଙ୍କୁ କୋଭିଡ୍ ରିପୋର୍ଟ ନେଗେଟିଭ ଥିବା ପଶୁମାନଙ୍କ ଆମଦାନୀ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ଏପରି ପଶୁମାନେ ସ୍ଥାନୀୟ ବନ୍ୟଜନ୍ତୁ ପାଇଁ ବିପଦ ସୃଷ୍ଟି କରିପାରନ୍ତି। ଯେ ପର୍ଯ୍ୟନ୍ତ ଭାରତ କୋଭିଡ୍ ସହ ମୁକାବିଲା କରୁଛି ସହିତ ସେପର୍ଯ୍ୟନ୍ତ ଏହି ନିର୍ଦ୍ଦେଶଗୁଡିକ ପାଳନ କରାଯିବ ବୋଲି ସରକାର କହିଛନ୍ତି ।
Powered by Froala Editor