ମହାମାରୀ ରୂପ ନେଲାଣି GBS : ପୁଣେ, ମହାରାଷ୍ଟ୍ର ପରେ କୋଲକାତାରେ ୩ ମୃତ୍ୟୁ

GBS ଅର୍ଥାତ ଗୁଇଲେନ ବାରେ ସିଣ୍ଡ୍ରୋମର ଆତଙ୍କ ଏବେ ବୃଦ୍ଧି ପାଇବାରେ ଲାଗିଛି। ଜିବିଏସ୍ ଭାଇରସ ମହାମାରୀ ପାଲଟିଛି ବୋଲି କୁହାଯାଉଛି। ମହାରାଷ୍ଟ୍ରରେ ଶୁକ୍ରବାର ଜିବିଏସ୍ ଭାଇରସ ଯୋଗୁଁ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ପୁଣେରେ ଏହି ଭାଇରସ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ସେହିପରି,କୋଲକାତାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଉତ୍ତର ୨୪- ପ୍ରଗଣାର ଜଣେ ୧୦ ବର୍ଷର ବାଳକର କୋଲକାତାର ଡକ୍ଟର ବିସି ରୟ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ ସାଇନସେସରେ ମୃତ୍ୟୁ ଘଟିଛି । ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିଲା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।
ମହାରାଷ୍ଟ୍ରରେ ଏହି ଜିବିଏସ୍ ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇସାରିଛି। ପୁଣେରେ ସର୍ବାଧିକ ସଂଖ୍ୟକ ଜିବିଏସ୍ ଭାଇରସ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ପୁଣେରେ ୧୩୦ ଜଣ ଜିବିଏସ୍ ଭାଇରସ ରୋଗୀ ଅଛନ୍ତି। ଗୁରୁବାର ପୁଣେରେ ହିଁ ଜଣେ ମହିଳା ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଗୁରୁବାର ଏହି ଭାଇରସ ଯୋଗୁଁ ଦ୍ୱିତୀୟ ମୃତ୍ୟୁ ଘଟିଥିଲା। ଭାଇରସ ଯୋଗୁଁ ପ୍ରଥମ ମୃତ୍ୟୁ ଜଣେ ପୁରୁଷଙ୍କର ହୋଇଥିଲା।
ସୂଚନାଯୋଗ୍ୟ, ଜିବିଏସ୍ର ପୂରା ନାମ Guillain-Barre Syndrome ଅଟେ। ଏହି ଭାଇରସ ପୁଣେରେ ଆତଙ୍କ ସୃଷ୍ଟି କରିଛି। ଏହାର ତାଣ୍ଡବ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) ଏକ ବିରଳ ସ୍ନାୟୁଗତ ରୋଗ । ଯାହା ଶରୀରର ସ୍ନାୟୁଗୁଡ଼ିକୁ ଆକ୍ରମଣ କରିଥାଏ । ଫଳରେ ଦୁର୍ବଳ ଅନୁଭବ ହୋଇଥାଏ । ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ବେଳେବେଳେ ପକ୍ଷାଘାତ ଭଳି ଭୟଙ୍କର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଜି.ବି.ଏସ. ଏକ ବିରଳ ରୋଗ ହୋଇଥିବା ବେଳେ ଏହା ବ୍ୟାପିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Powered by Froala Editor