ପରିବା ବିକି ସ୍ୱାବଲମ୍ବୀ ୧୦୮ ବର୍ଷର ବୃଦ୍ଧ

ବୟସ ୧୦୮ ବର୍ଷ । ହେଲେ ଘରେ ବସିବାକୁ ଇଚ୍ଛା ନାହିଁ । ହାତଗୋଡ ଚାଲୁ୍ଥିବା ଯାଏ ନିଜ ରୋଜଗାରରେ ନିଜେ ଚଳୁଛନ୍ତି । ଏମିତି ଜଣେ ମଣିଷ ହେଉଛନ୍ତି ପଞ୍ଜାବ ମୋଗା ସହରର ସଲାମ । ଯାହାଙ୍କର ଫଟୋ ଏବେ ଭାଇରାଲ ହେଉଛି । ଏବେ ବୟସରେ ମଧ୍ୟ ସେ ସମସ୍ତଙ୍କ ପ୍ରେରଣା ବୋଲି କୁହାଯାଉଛି ।
୧୦୮ର ସଲାମ ରାସ୍ତାପାର୍ଶ୍ବରେ ଠେଲା ଲଗାଇ ପରିବା ବିକ୍ରି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବା ପରେ ଅନେକ ଲୋକେ ଏଭଳି ପରିଣତ ବୟସରେ ବୃଦ୍ଧଙ୍କୁ ପରିବା ବିକ୍ରି କରିବାର ଦେଖି ଭାବୁକ ହୋଇଛନ୍ତି। କେହି କେହି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବୃଦ୍ଧ ଜଣଙ୍କୁ ୧୦୮ ବର୍ଷ ବୟସ ହେବ। ଏଭଳି ପରିଣତ ବୟସରେ ତାଙ୍କର ଏମିତି କ’ଣ ପରିସ୍ଥିତି ପଡ଼ିଛି ଯେ ରାସ୍ତାପାର୍ଶ୍ବରେ ଠେଲା ଲଗାଇ ବୃଦ୍ଧଙ୍କୁ ପରିବା ବିକ୍ରି କରିବାକୁ ପଡ଼ୁଛି।
କିନ୍ତୁ ସଲାମ କୁହନ୍ତି, ଏଥିରେ କାହାର ଜବରଦସ୍ତି ନାହିଁ । ସେ ନିଜ ଇଚ୍ଛାରେ ପରିବା ବିକ୍ରି କରୁଛନ୍ତି । ଘରେ ବସିବା ଅପେକ୍ଷା କିଛି କାମ କଲେ ତାଙ୍କୁ ଭଲ ଲାଗୁଛି ବୋଲି କହିଛନ୍ତି ।
Powered by Froala Editor