ପାକିସ୍ତାନୀ ଅଭିନେତାଙ୍କୁ ତୃତୀୟ ବିବାହ କରିବେ ରାଖି, ରହିବେ ଦୁବାଇରେ

'ଡ୍ରାମା କ୍ୱିନ୍' ରାଖୀ ସାୱନ୍ତ ୪୬ ବର୍ଷ ବୟସରେ ପୁଣି ଥରେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ଏଥିଲାଗି ସେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି ଖାନ୍ । ଡୋଡି ଜଣେ ପାକିସ୍ତାନୀ ଅଭିନେତା।
ଇଟାଇମ୍ସ ସହ ସାକ୍ଷାତକାରରେ ରାଖୀ କହିଛନ୍ତି, ମୋତେ ବିବାହ ଲାଗି ବହୁତ ପ୍ରସ୍ତାବ ଆସୁଛି। ମୋତେ ପାକିସ୍ତାନର ଲୋକ ବହୁତ ପସନ୍ଦ। ସେଠାରେ ମୋର ବହୁତ ପ୍ରଶଂସକ ଅଛନ୍ତି। ମୋର ବିବାହ ଇସଲାମ ରୀତିନୀତିରେ ପାକିସ୍ତାନରେ ହେବ। ବିବାହ ଭୋଜି ଭାରତରେ ଦିଆଯିବ। ଆମେ ହନିମୁନ୍ ଲାଗି ସ୍ବିଜରଲ୍ୟାଣ୍ଡ ନଚେତ ନେଦରଲ୍ୟାଣ୍ଡ ଯିବୁ। ଏପରିକି ବିବାହ ପରେ ସେ ଏବଂ ଡୋଡି ଦୁବାଇରେ ରହିବେ ବୋଲି ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି।
ରାଖୀ ଏହାପୂର୍ବରୁ ରିତେଶ ସିଂହଙ୍କୁ ବିବାହ କରିଥିଲେ। ରାଖୀ ପ୍ରଥମରୁ ରିତେଶଙ୍କ ବିବାହ କଥାକୁ ଲୁଚାଇ ରଖିଥିଲେ। ପରେ ସେ ରିତେଶଙ୍କ ସହ ‘ବିଗ୍ ବସ୍’କୁ ଯାଇଥିଲେ। ରାଖୀ ଏବଂ ରିତେଶଙ୍କ ଏହି ବିବାହ ମଧ୍ୟ ତିଷ୍ଠି ରହିଲା ନାହିଁ।
ରାଖୀଙ୍କ ଦ୍ୱିତୀୟ ବିବାହ ଆଦିଲ ଖାନ ଦୁରାନୀଙ୍କ ସହ ହୋଇଥିଲା। ବର୍ତ୍ତମାନ ଏହି ବିବାହ ମଧ୍ୟ ଭାଙ୍ଗିଯାଇଛି। ରାଖି ଆଦିଲ ଖାନ ଦୁରାନୀଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରିଥିଲେ ଏବଂ ତାଙ୍କୁ ଜେଲ୍କୁ ପଠାଇଥିଲେ।
Powered by Froala Editor