ଡାକ୍ତରଖାନାରେ ଡ୍ରୋନ ଆକ୍ରମଣ, ୬୭ ମୃତ

ନୂଆଦିଲ୍ଲୀ: ସୁଦାନର ଏକ ଡାକ୍ତରଖାନାରେ ଡ୍ରୋନ ଆକ୍ରମଣ ଯୋଗୁ ୬୭ ଜଣଙ୍କ ମୃତ୍ୟୁ ଘଟିଛି। ସୁଦାନର ଡାରଫର ଅଞ୍ଚଳରେ ଥିବା ଡାକ୍ତରଖାନାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଥିଲା। ରବିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୭ରେ ପହଞ୍ଚିଛି। ୩୦ରୁ ଅଧିକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି।
ସୂଚନା ଅନୁସାରେ, ୨୦୨୩ ଏପ୍ରିଲରୁ ସୁଦାନ ସେନା ଏବଂ ଦେଶର ଅର୍ଦ୍ଧସାମରିକ ତ୍ଵରିତ ସହାୟକ ବଳ(ଆରଏସଏଫ) ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆରଏସଏଫ ଦ୍ବାରା ପଶ୍ଚିମ ଡାରଫରର ବିଶାଳ ଅଞ୍ଚଳ ଅକ୍ତିଆର କରାଯାଇସାରିଛି। ଆରଏସଏଫ ପକ୍ଷରୁ ଡାକ୍ତରଖାନା ଉପରେ ଡ୍ରୋନ ଦ୍ବାରା ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ।
Powered by Froala Editor